Latest Odisha News

BREAKING NEWS

ଗମ୍ଭୀର ହେଲେ ଭାରତୀୟ କ୍ରିକେଟ ଟିମର କୋଚ

ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କୁ ଟିମ ଇଣ୍ଡିଆ ସିନିୟର ପୁରୁଷ ଟିମର ମୂଖ୍ୟ କୋଚ ଭାବେ ନିଯୁକ୍ତ କରାଯାଇଛି । ୪୨ ଗମ୍ଭୀର ଦି ୱାଲ ଭାବେ ଖ୍ୟାତିଲାଭ କରିଥିବା ରାହୁଲ ଡ୍ରାଭିଡଙ୍କ ସ୍ଥାନରେ ଏହି ଦାୟିତ୍ୱ ତୁଲାଇବେ । ଟି୨୦ ବିଶ୍ୱକପ ପରେ ଡ୍ରାଭିଡଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିଲା । ଗମ୍ଭୀର ୨୦୨୭ ପର୍ଯ୍ୟନ୍ତ କୋଚ ଦାୟିିତ୍ୱ ତୁଲାଇବେ । ଚଳିତ ମାସ ଶେଷ ଭାଗରେ ଆରମ୍ଭ ହେବାକୁ ଯାଉଥିବା ଶ୍ରୀଲଙ୍କା ଗସ୍ତରୁ ଗମ୍ଭୀର ତାଙ୍କ କାର୍ଯ୍ୟକାଳ ଆରମ୍ଭ କରିବେ । ଗମ୍ଭୀର ନିଯୁକ୍ତ ହେବା ପରେ ଖୁବ ଶୀଘ୍ର ସପୋର୍ଟିଂ କୋଚ ପାଇଁ ଆବେଦନ ଗ୍ରହଣ କରାଯିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘ ଦିନ ହେବ ଗମ୍ଭୀର କୋଚ ହେବେ ବୋଲି ପୂର୍ବାନୁମାନ କରାଯାଇଥିଲା । ଆଇପିଏଲ ୨୦୨୪ରେ ସେ କୋଲକାତା ନାଇଟ ରାଇଡର୍ସର ମେଂଟର ଦାୟିତ୍ୱ ତୁଲାଇଥିଲେ । କେକେଆର ଚାମ୍ପିୟନ ହେବା ପରେ ତାଙ୍କ ଚାହିଦା ବୃଦ୍ଧି ପାଇଥିଲା ।

ବିସିସିଆଇ ସେକ୍ରେଟାରୀ ଜୟ ଶାହ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ । ଗମ୍ଭୀର ଘରୋଇ କିମ୍ବା ଆନ୍ତର୍ଜାତୀୟସ୍ତରରେ କୋଚ ଦାୟିତ୍ୱ ତୁଲାଇ ନାହାନ୍ତି । କେବଳ ଆଇପିଏଲରେ ସେ ୨ଟି ଟିମର ମେଂଟର ଦାୟିତ୍ୱ ତୁଲାଇଛନ୍ତି । ଖେଳାଳି ଭାବେ ଗମ୍ଭୀର ୨ଟି ବିଶ୍ୱକପ ଏବଂ ୨ଟି ଆଇପିଏଲରେ ପ୍ରତିନିଧିତ୍ୱ କରିଛନ୍ତି । କୋଚ ହେବା ପରେ ଏହା ମୋ ପାଇଁ ଗର୍ବର ବିଷୟ ବୋଲି ଗମ୍ଭୀର କହିଛନ୍ତି । ଭାରତ ପାଇଁ କାର୍ଯ୍ୟ କରିବା ମୋ କର୍ତବ୍ୟ ବୋଲି ସେ କହିଛନ୍ତି ।

Comments are closed.