Latest Odisha News

ଗୁଜରାଟରେ ଚାକିରି ପାଇଁ ଆଶାୟୀଙ୍କ ଲମ୍ବା ଧାଡି, ଦଳଚକଟା ଭଳି ସ୍ଥିତି

ଅହମଦାବାଦ:  ଗୁଜରାଟର ଏକ କେମିକାଲ କମ୍ପାନୀ ପକ୍ଷରୁ ଆୟୋଜିତ କିଛି ପଦବା ପାଇଁ ସାକ୍ଷାତକାରର ଆୟୋଜନା କରାଯାଇଥିଲା। ଏହି ସମୟରେ ଶତାଧିକ ଲୋକ ଇଣ୍ଟରଭ୍ୟୁ ସ୍ଥଳକୁ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ହଇଚଇ ସୃଷ୍ଟି ହୋଇଥିଲା । ଗୁଜୁରାଟର ଭରୁଚ ଜିଲ୍ଲାର ଏକ ହୋଟେଲ ପରିସରରେ ଏକ କମ୍ପାନି ଦ୍ୱାରା ୪୨ଟି ପଦବୀ ପାଇଁ ୱାକ୍-ଇନ୍ ଇଣ୍ଟରଭ୍ୟୁ ଦେବା ପାଇଁ ୧୦୦୦ରୁ ଅଧିକ ଚାକିରି ଆଶାୟୀ ଏକାଠି ହେବା ପରେ ଏକ ରକମ ଦଳାଚକଟା ଭଳି ସ୍ଥିତି ଉପୁଜିଥିଲା।

ସୋଶିଆଲ ମିଡିଆରେ ଏପରି ଏକ ଭିଡିଓକୁ ନେଇ ଚର୍ଚ୍ଚା ଚାଲିଛି। ଯେଉଁଥିରେ ଶହ ଶହ ଲୋକ ହାତରେ ନିଜ ବାୟୋଡାଟାର କପି ଧରି ଧାଡ଼ିରେ ଛିଡ଼ା ହୋଇ ଗେଟ୍ ଭିତରକୁ ପଶିବାକୁ ଚେଷ୍ଟା କରୁଛନ୍ତି। ତେବେ ଆଶାୟୀଙ୍କ ସଂଖ୍ୟା ଏତେ ହୋଇଥିଲା ଯେ ରେଲିଂରୁ ଖସିବା ଆରମ୍ଭ କରିବାରୁ ପରିସ୍ଥିତି ଦଳାଚକଟା ଭଳି ସ୍ଥିତିରେ ପରିଣତ ହୋଇଥିଲା। କିଛି ଆଶାୟୀ ତଳକୁ ଡେଇଁ ପଡ଼ିଥିବା ବେଳେ ଆଉ କେତେଜଣ ଖସି ପଡ଼ିଥିବା ଦେଖିବାକୁ ମିଳିଥିଲା।

ମଙ୍ଗଳବାର (ଜୁଲାଇ ୯) ଦିନ ଏହି ସ୍ଥିତି ଏବେ ଭାଇରାଲ ହୋଇଛି। ୧୦ଟି ସ୍ଥାନରେ ଏହି ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ବହୁ ସଂଖ୍ୟକ ଚାକିରି ଆବେଦନକାରୀ ଆସିଥିଲେ। ଶିଫ୍ଟ ଇନଚାର୍ଜ, ପ୍ଲାଣ୍ଟ ଅପରେଟର, ସୁପରଭାଇଜର, ଫିଟର-ମେକାନିକାଲ ଓ ଏକ୍ଜିକ୍ୟୁଟିଭ୍ ସମେତ ଅନେକ ପଦବୀ ପାଇଁ ଚାକିରି ଖୋଲାଯାଇଥିଲା।

ଖବରକାଗଜରେ ଏହି ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା, ଯେଉଁଥିରେ ୧୦ଟି ପଦବୀ ପ୍ଲାଣ୍ଟ ଅପରେଟରଙ୍କ ପାଇଁ ଥିବା ବେଳେ ଅବଶିଷ୍ଟ ପଦବୀ ଫିଟର, ଏଓସିପି ଏବଂ ଅନ୍ୟମାନଙ୍କ ପାଇଁ ଥିଲା ।

ଭାରତୀୟ ରିଜର୍ଭ ବ୍ୟାଙ୍କ ସୋମବାର କହିଛି ଯେ ମାର୍ଚ୍ଚ ୨୦୨୪ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ଭାରତ ୪୬.୭ ନିୟୁତ ନିଯୁକ୍ତି ସୃଷ୍ଟି କରିଛି। ରିପୋର୍ଟ ଅନୁଯାୟୀ, ୨୦୨୩-୨୪ରେ ଭାରତରେ ମୋଟ ନିଯୁକ୍ତି ସଂଖ୍ୟା ୬୪୩.୩ ନିୟୁତ ଥିଲା, ଯାହା ପୂର୍ବବର୍ଷ ୫୯୬.୭ ନିୟୁତ ଥିଲା। ତେବେ ଏହି ସଂଖ୍ୟା ଘରୋଇ ସର୍ଭେର ଆକଳନ ଠାରୁ ବହୁତ ଅଧିକ ଯାହା ଦେଶରେ ବେକାରି ହାରକୁ ଦର୍ଶାଉଛି ।

Comments are closed.