Latest Odisha News

ଚଳିତବର୍ଷ ମହରମରେ ହେବନାହିଁ ଶୋଭାଯାତ୍ରା, ସମ୍ୱଲପୁରରେ ଲାଗିଲା କଟକଣା

ସମ୍ବଲପୁର: ଚଳିତବର୍ଷ ମହରମରେ ହେବନାହିଁ ଶୋଭାଯାତ୍ରା। ଧାର୍ମିକ ଶୋଭାଯାତ୍ରା ପାଇଁ ସମ୍ୱଲପୁରରେ ଲାଗିଲା କଟକଣା। ନିଜ ନିଜ ସାହି ବା ପଡା ଭିତରେ ସ୍ଥାନୀୟ ଲୋକେ ପାଳିବେ ପର୍ବ। ଉତରାଞ୍ଚଳ ଆଇଜିଙ୍କ ମହରମ କମିଟି, ହିନ୍ଦୁ ପକ୍ଷ , ମୁସଲିମ ପକ୍ଷଙ୍କୁ ନେଇ ବୈଠକ ପରେ ନିଆଯାଇଛି ନିଷ୍ପତ୍ତି।

ସୂଚନା ଅନୁସାରେ ସମ୍ବଲପୁରରେ କଟକଣା ବର୍ଷେ ଯାଏଁ ଲାଗିଥିବାରୁ ଏହି ଅବଧି ସରିନାହିଁ। ତେଣୁ ସମ୍ବଲପୁରରେ ଚଳିତବର୍ଷ ମହରମରେ ହେବନାହିଁ ଶୋଭାଯାତ୍ରା। କିନ୍ତୁ ନିଜ ନିଜ ପଡାରେ ମହରମ ପାଳି ପାଳିବେ। ଏନେଇ ନେଇ ସୂଚନା ଦେଇଛନ୍ତି ଉତରାଞ୍ଚଳ ଆଇଜି ହିମାଂଶୁଲାଲ। ତେବେ ଏହି କଟଣା ହଟିଥିବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ତେବେ ଏହି ବାବଦରେ ପୁଣି ପୁର୍ନବିଚାର କରାଯାଇ କଟକଣା ପୁଣି ବଳବତର ରହିଛି ।

ଗତବର୍ଷ ମହରମ୍ ଓ ହନୁମାନ ଜନ୍ମ ଜୟନ୍ତୀ ଶୋଭାଯାତ୍ରା ଉପରେ ରୋକ ଲଗାଇଥିଲା ସମ୍ବଲପୁର ଜିଲ୍ଲା ପ୍ରଶାସନ । ହନୁମାନ ଜନ୍ମ ଜୟନ୍ତୀ ଅବସରରେ ଘଟିଥିବା ଅଭାବନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା ଉପରେ ରୋକ ଲଗାଯାଇଥିଲା। କଟକଣା ବର୍ଷେ ଯାଏଁ ଲାଗିଥିବାରୁ ଏହି ଅବଧି ସରିନାହିଁ। ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରେ ଗୋଟିଏ ବର୍ଷ ପାଇଁ କଟକଣା ଜାରି କରାଯାଇଛି।

Comments are closed.