Latest Odisha News

ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ କୋଟିପତି କ୍ଲବରେ ସାମିଲ

ମୁମ୍ବାଇ: ଜୋମାଟୋର ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟଲ କୋଟିପତି କ୍ଲବ ରେ ସାମିଲ ହୋଇଛନ୍ତି।

ଜୁଲାଇ ୨୦୨୩ରୁ ଷ୍ଟକ୍ ୩୦୦% ରୁ ଅଧିକ ବୃଦ୍ଧି ପାଇଛି। ଗତ ଏକ ବର୍ଷ ମଧ୍ୟରେ ଜୋମାଟୋର ସେୟାରରେ ଏକ ରେକର୍ଡ ପରେ କୋଟିପତି ହୋଇପାରିଛନ୍ତି।

ଏହି ବୃଦ୍ଧି ଜୋମାଟର ମାର୍କେଟ କ୍ୟାପକୁ ୧.୮ ଲକ୍ଷ କୋଟି ଟଙ୍କା ଏବଂ ଗୋୟଲଙ୍କ ନେଟ ମୂଲ୍ୟ ୮,୩୦୦ କୋଟିରୁ ଅଧିକ କରିଦେଇଛି। ତେବେ ଏହାର ସେୟାର ଆଜି ୨% ବୃଦ୍ଧି ପାଇ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ରେ ୨୩୦ ଟଙ୍କା ମୂଲ୍ୟରେ ପହଞ୍ଚିଛି।

ଅପରପକ୍ଷେ, ସୂଚନା ଅନୁଯାୟୀ ୧୩୩ ଟଙ୍କାର ଅର୍ଡର ବଦଳରେ ୬୦ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ପଡିଛି ଜୋମାଟୋକୁ। କର୍ଣ୍ଣାଟକ ଧାରଓ୍ବାଡ ଅଞ୍ଚଳର ଶୀତଲ ନାମ୍ନୀ ଯୁବତୀ ଜୋମାଟୋରେ ୨୦୨୩ ଅଗଷ୍ଟ ୩୧ରେ ମୋମୋ ଅର୍ଡର କରିଥିଲେ। କିନ୍ତୁ ତାଙ୍କୁ ମୋମୋ ଡେଲିଭରି ହୋଇନଥିଲା।

ଏହା ପରେ ସେ ଜୋମାଟୋ ଏବଂ ଅର୍ଡର ଦେଇଥିବା ରେଷ୍ଟୁରାଣ୍ଟ ସହିତ ଯୋଗାଯୋଗ କରିଥିଲେ ମଧ୍ଯ କିଛି ସୁଫଳ ମିଳିନଥିଲା। ୨୦୨୩ ସେପ୍ଟେମ୍ବରରେ ଶୀତଲ ଜୋମାଟୋ ବିରୋଧରେ ଖାଉଟି ଅଦାଲତରେ ମାମଲା ରୁଜୁ କରିଥିଲେ। ସେବା ପ୍ରଦାନରେ ଅବହେଳା ପାଇଁ କୋର୍ଟ ଜୋମାଟୋକୁ ଦୋଷୀ ସାବ୍ୟସ୍ତ କରିବା ସହିତ ୬୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ କହିଛନ୍ତି।

Comments are closed.