ନୂଆଦିଲ୍ଲୀ: ନଭେମ୍ବର ୨ ତାରିଖରେ ଦିଲ୍ଲୀର ତୀସ ହଜାରୀ କୋର୍ଟ ବାହାରେ ପୁଲିସ ଏବଂ ଆଇନଜୀବୀଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧ ଘଟଣା ମଙ୍ଗଳବାର ଦିନ ଏକ ନୂଆମୋଡ଼ ନେଇଛି ।
ଏହାକୁ ପ୍ରତିବାଦ କରି ଗତ ତିନି ଧରି ଆଇନଜୀବୀମାନେ ଏଠାରେ ଧାରଣକୁ ଓହ୍ଲାଇ ଥିବାବେଳେ ଆଜି ପୁଲିସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦିଲ୍ଲୀ ପୁଲିସ ମୁଖ୍ୟାଳୟ ବାହାରେ ପୋଲିସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି।
Delhi: Police personnel hold protest outside Police Head Quarters (PHQ), against the clash that broke out between police & lawyers at Tis Hazari Court on 2nd November. pic.twitter.com/ObM3nFcVgF
— ANI (@ANI) November 5, 2019
ପ୍ରାପ୍ତ ସୂଚନା ଅନୁସାରେ, ଦିଲ୍ଲୀ ପୁଲିସ କନିଶନର ଅମୂଲ୍ୟ ପଟ୍ଟନାୟକ ବିକ୍ଷୋଭ ପ୍ରଦର୍ଶନ କରୁଥିବା ପୁଲିସକର୍ମୀଙ୍କୁ ଭେଟିବା ସହ ପ୍ରଦର୍ଶନକାରୀଙ୍କୁ ଶାନ୍ତି ରକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି ।
“ଗତ କିଛି ଦିନ ହେବ ଆମ ପାଇଁ ପରୀକ୍ଷା ସମୟ ରହିଛି କିନ୍ତୁ ଏହି ସମୟ ସବୁବେଳେ ରହିବନି । ଆମେ ବିଭିନ୍ନ ପରିସ୍ଥିତିକୁ ସୁରୁଖୁରୁରେ ସମ୍ଭାଳିଛୁ । ତେବେ ଏହି ସ୍ଥିତିକୁ ମଧ୍ୟ ଆମେ ପରୀକ୍ଷା ପରି ଭାବିବା ଏବଂ ଯେଉଁ ଦାୟିତ୍ୱ ଆମକୁ ଦିଆଯାଇଛି ତାକୁ ତୁଲାଇ ଆଇନର ରକ୍ଷା କରିବା” ବୋଲି କମିଶନ କହିଛନ୍ତି ।
ତେବେ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ଅନୁରୋଧ ପରେ ମଧ୍ୟ ପୁଲିସକର୍ମୀ ପ୍ରଦର୍ଶନ ଜାରି ରଖିଥିଲେ । ଦୀର୍ଘ ଘଣ୍ଟା ଧରି ଚାଲିଥିବା ପ୍ରଦର୍ଶନ ପରେ ପୁଲିସ କମିଶନର ସାମ୍ନାକୁ ଆସି ପ୍ରଦର୍ଶନକାରୀଙ୍କୁ କାମକୁ ଫେରିବା ପାଇଁ ଅନୁରୋଧ କରିଥିଲେ ।
କମିଶନରଙ୍କ କଥା ଶୁଣିବା ପରିବର୍ତ୍ତେ ଓଲଟା କିରଣ ବେଦୀଙ୍କ ସହ ତୁଳନା କରିଥିଲେ ବିକ୍ଷୋଭକାରୀ ପୋଲିସକର୍ମୀ ।
“ଏହି ସମୟରେ ପୋଲିସ ବିଭାଗକୁ କିରଣ ବେଦୀଙ୍କ ପରି ଦମଦାର ଅଫିସର ଦରକାର ଯିଏ ତାଙ୍କର ଦାବିକୁ ଭଲଭାବେ ବୁଝିସୁଝି ଉପସ୍ଥାନ କରିପାରିବ ।
ସୂଚନାଯୋଗ୍ୟ, ଦିଲ୍ଲୀ ତିସ୍ ହଜାରୀ କୋର୍ଟ ବାହାରେ ଗତ ଶନିବାର ଦିନ ପୋଲିସ ଓ ଓକିଲଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ।
ଯାହାର ପ୍ରତିବାଦରେ ଆଜି ଦିଲ୍ଲୀ ପୋଲିସକର୍ମୀମାନେ କଳାପଟି ବାନ୍ଧି ମୁଖ୍ୟାଳୟ ସାମ୍ନାରେ ନିଜ ପାଇଁ ନ୍ୟାୟ ମାଗିଛନ୍ତି । ସେମାନଙ୍କ କହିବାନୁସାରେ, ପୋଲିସ ପୋଷାକ ପଛରେ ଜଣେ ମଣିଷ ରହିଛି ଓ ସେମାନଙ୍କର ମଧ୍ୟ ପରିବାର ଅଛି । ଏପରିକି ସେମାନଙ୍କ ପୀଡା କେହି ବୁଝୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ।
ମାନବାଧିକାର ସେମାନଙ୍କ ପାଇଁ ନାହିଁ କି ବୋଲି ପୋଲିସକର୍ମୀମାନେ ପ୍ରଶ୍ନ କରିଛନ୍ତି । କେହି ଆକ୍ରମଣ କରିଥିଲେ ମଧ୍ୟ ସେମାନେ ଶାନ୍ତ ରହୁଛନ୍ତି । ଯଦି ପୋଲିସ କମିଶନର ନ୍ୟାୟ ଦେବାରେ ବିଫଳ ହେବେ ତେବେ ଗୃହ ମନ୍ତ୍ରାଳୟ ଆଗରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବେ ବୋଲି ସେମାନେ କହିଛନ୍ତି ।
ଅନ୍ୟପଟେ, ଦିଲ୍ଲୀରେ ଆଇନଜୀବୀ ମଧ୍ୟ ଧାରଣାରେ ଅଛନ୍ତି । ତେବେ ବାର କାଉଁସିଲ ଏବେ ଆଇନଜୀବୀଙ୍କୁ ଚେତାବନୀ ଦେଇଥିବା ସୂଚନା ମିଳିଛି।
Comments are closed.