Latest Odisha News

BREAKING NEWS

କୋଚିଂ ଷ୍ଟାଫ ନେଇ ଗମ୍ଭୀରଙ୍କ ପ୍ରସ୍ତାବକୁ ଗ୍ରହଣ କରୁନି ବିସିସିଆଇ, ୫ଜଣଙ୍କ ମଧ୍ୟରୁ ଜଣଙ୍କୁ ମିିଳିଲା ସବୁଜ ସଙ୍କେତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗୌତମ ଗମ୍ଭୀରଙ୍କୁ ସିନିୟର ପୁରୁଷ ଟିମର କୋଚ ନିଯୁକ୍ତ କରିଛି । ଏବେ ସହଯୋଗୀ ଷ୍ଟାଫଙ୍କୁ ଚୟନ କରାଯିବା ବାକି ରହିଛି । ରିପୋର୍ଟ ମୁତାବକ ଗମ୍ଭୀର ଏଥିପାଇଁ ୫ଜଣଙ୍କ ନାମ ସୁପାରିଶ କରିଥିଲେ । ବିସିସିଆଇ କେବଳ ଜଣଙ୍କ ନାମରେ ମୋହର ମାରିଥିବା ବେଳେ ଅନ୍ୟମାନଙ୍କୁ ଖାରଜ କରିଛି । ଗମ୍ଭୀର ବିନୟ କୁମାର, ମୋର୍ଣ୍ଣେ ମୋର୍କେଲ, ଅଭିଷେକ ନାୟାର, ରେୟାନ ଟେନ ଡୋଶ୍ଚେଟ, ଜଂଟି ରୋଡ୍ସ ଓ ଲକ୍ଷ୍ମୀପତି ବାଲାଜୀଙ୍କ ନାମ ବିସିସିଆଇକୁ ପ୍ରଦାନ କରିଥିଲେ । ଅଭିଷେକଙ୍କ ବ୍ୟତୀତ ବିସିସିଆଇ ଅନ୍ୟ ନାମକୁ ଖାରଜ କରି ଦେଇଛନ୍ତି । ଅଭିଷେକ ଏବେ କୋଲକାତା ନାଇଟ ରାଇଡର୍ସର ସହାୟକ କୋଚ ଭାବେ କାର୍ଯ୍ୟ କରୁଛନ୍ତି ।

ବିସିସିଆଇ ବୋଲିଂ ଏବଂ ଫିଲ୍ଡିଂ କୋଚ ପାଇଁ ଅନ୍ୟ ନାମ ସୁପାରିଶ କରିବାକୁ କହିଛନ୍ତି । ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଜାହୀର ଖାଁଙ୍କୁ ବୋଲିଂ କୋଚ କରିବା ପାଇଁ ବିସିିସିଆଇ ଆଗ୍ରହୀ ଅଛି । ଜାହୀର ଭାରତ ପକ୍ଷରୁ ୩୦୯ ଆନ୍ତର୍ଜାତୀୟ ମ୍ୟାଚ ଖେଳି ୬୧୦ ୱିକେଟ ଅକ୍ତିଆର କରିଛନ୍ତି । ଅପରପକ୍ଷରେ ରାହୁଲ ଡ୍ରାଭିଡ କୋଚ ହେବା ପରେ ବିସିସିଆଇ ତାଙ୍କୁ ସପୋର୍ଟିଂ ଷ୍ଟାଫ ଚୟନ ନେଇ କୌଣସି କଟକଣା ରଖି ନ ଥିଲା ।

Comments are closed.