Latest Odisha News

BREAKING NEWS

ଏଣିକି ଧବଳେଶ୍ବର ପୀଠକୁ ଯିବନି ପ୍ଲାଷ୍ଟିକ ସାମଗ୍ରୀ

ଆଠଗଡ଼: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକ୍ ମନା । ପ୍ଲାଷ୍ଟିକ କଳସ, ପ୍ଲାଷ୍ଟିକ ତିଆରି ଅନ୍ୟ ସାମଗ୍ରୀକୁ ସଂପୂର୍ଣ୍ଣ ବ୍ୟାନ କରିଛି ମନ୍ଦିର ପ୍ରଶାସନ । ଦେବୋତ୍ତର ବିଭାଗ ଓ ପୂଜକ କମିଟି ଦ୍ବାରା ବସିଥିବା ବୈଠକରେ କିଛି ଏମିତି କଡା ନିଷ୍ପତ୍ତି ଦେଇଛନ୍ତି ।

ତେବେ ଆଗକୁ ଶ୍ରାବଣ ମାସ ଆସୁଥିବାରୁ ମହାପ୍ରଭୁଙ୍କ ଉପରେ ଜଳାଭିଷେକ ପାଇଁ କାହିଁ କେତେ ଆଡୁ ଭକ୍ତ, ବାବା ଧବଳେଶ୍ବରଙ୍କ ପାଖକୁ ଛୁଟିବେ । ଯାହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ କିଛି କଡା ନିୟମ ଜାରି କରିଛି । ଯାହାଦ୍ବାରା ମନ୍ଦିର ପରିସରର ସ୍ବଚ୍ଛତା ବଜାୟ ରହିବା ସହ କାଉଡିଆ ଭାଇଭଉଣୀମାନେ ମଧ୍ୟ ଶୃଙ୍ଖଳାର ସହ ପ୍ରଭୁଙ୍କୁ ଜଳାଭିଷେକ କରିପାରିବେ । ଏଥିପାଇଁ ମନ୍ଦିର ପରିସରରେ ପ୍ଲାଷ୍ଟିକ ବ୍ୟାନ କରିବା ସହିତ କାଉଡିଆଙ୍କ ପାଇଁ ମଧ୍ୟ କିଛି ନିୟମ ଜାରି କରିଛନ୍ତି ମନ୍ଦିର କର୍ତ୍ତୃପକ୍ଷ । ଯାହାନୁଯାୟୀ, ନୂଆ ପୋଲ ପୂର୍ବରୁ କାଉଡ଼ିଆମାନେ ଶ୍ରାବଣ ସୋମବାର ବାହୁଙ୍ଗି ରଖିବେ । ଏହାସହିତ କେବଳ ମାଟି ଓ ପିତଳ କଳସ ନେଇ ଜଳ ଲାଗି କରିବାକୁ ଅନୁମତି ଦିଆଯିବ ବୋଲି ମନ୍ଦିର ପକ୍ଷରୁ କଡା ନିୟମ ଜାରି କରାଯାଇଛି ।

Comments are closed.