Latest Odisha News

BREAKING NEWS

ଲାଇନଚ୍ୟୁତ ହେଲା ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ

ଗୋଣ୍ଡା: ଉତ୍ତରପ୍ରଦେଶର ଝିଲାହି ରେଳ ଷ୍ଟେସନ ନିକଟରେ ଗୁରୁବାର ଦିବ୍ରୁଗଡ ଏକ୍ସପ୍ରେସର ଏକାଧିକ କୋଚ୍ ଲାଇନଚ୍ୟୁତ ହୋଇ ପଡିଛି। ଫଳରେ ଏଯାବତ ଦୁଇ ଜଣଙ୍କର ମୃତ୍ୟୁ ନେଇ ଜଣାପଡିଥିବା ବେଳେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଗୋଣ୍ଡା ଓ ଝିଲାହି ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନର କିଛି ବଗି ଝିଲାହି ଷ୍ଟେସନ ଠାରୁ ଅଳ୍ପଦୂରରେ ଥିବା ପିକାଉରା ଠାରେ ଓଲଟି ପଡ଼ିଛି। ଅତି କମରେ ଏସି କମ୍ପାର୍ଟମେଣ୍ଟର ୪ରୁ ୫ଟି କୋଚ୍ କ୍ଷତିଗ୍ରସ୍ତ ହୋଇଛି।

ଉଦ୍ଧାରକାରୀ ଦଳ ଗୋଣ୍ଡା ଅଭିମୁଖେ ବାହାରିଛନ୍ତି। ତେବେ ସୋସିଆଲ ମିଡିଆରେ ଦୁର୍ଘଟଣାର ଭିଡିଓ ମଧ୍ଯ ଭାଇରାଲ ହେବାରେ ଲାଗିଛି। ବଗି ମଧ୍ୟରେ ଅନେକ ଲୋକ ଫସି ରହିଥିବା ଦେଖିବାକୁ ମିଳୁଛି। ଆଉ କିଛି ଯାତ୍ରୀମାନେ ସେମାନଙ୍କ ଲଗେଜ୍ ଧରି ରେଳ ଟ୍ରାକ୍ ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି।

ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

 

Comments are closed.