Latest Odisha News

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ଟି୨୦ରେ ସୂର୍ଯ୍ୟକୁମାର ଅଧିନାୟକ

ମୁମ୍ବାଇ: ବହୂ ପ୍ରତୀକ୍ଷୀତ ନାଟକର ଅବସାନ ଘଟିଛି । ଗୁରୁବାର ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଟି୨୦ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପଛରେ ପକାଇ ସୂର୍ଯ୍ୟକୁମାର ଯାଦବ ଦଳର ଅଧିନାୟକ ଭାବେ ମନୋନୀତ ହୋଇଛନ୍ତି । ଶୁଭମନ ଗିଲ ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ । ସେହିପରି ଦିନିକିଆ କ୍ରିକେଟ ସିରିଜ ପାଇଁ ନିୟମିତ ଅଧିନାୟକ ରୋହିତ ଶର୍ମା ଦାୟିତ୍ୱ ତୁଲାଇବେ । ଦିନିକିଆରେ ବି ଗିଲଙ୍କୁ ଉପ ଅଧିନାୟକ କରାଯାଇଛି । ଟି୨୦ ବିଶ୍ୱକପ ପରେ ଏହି ସିରିଜ ପାଇଁ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯିବ ବୋଲି ଅନୁମାନ କରାଯାଉଥିଲା । ତେବେ ରୋହିତ ଶର୍ମା ଓ ବିରାଟ କୋହଲି ଦିନିକିଆ ସିରିଜରେ ଖେଳିବେ । ସୂଚନାଯୋଗ୍ୟ, ଆନ୍ତର୍ଜାତୀୟ ଟି୨୦ରୁ ସେମାନେ ଅବସର ଘୋଷଣା କରିଛନ୍ତି । ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇଛି । କୋଚ ଭାବେ ଗୌତମ ଗମ୍ଭୀରଙ୍କ ଏହା ପ୍ରଥମ ସିରିଜ ହେବ ।

ଟି୨୦ ଦଳ: ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଶୁଭମନ ଗିଲ (ଉପଅଧିନାୟକ), ଯଶସ୍ୱୀ ଜୈସୱାଲ, ରିଙ୍କୁ ସିଂ, ରିୟାନ ପରାଗ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରବି ବିଶ୍ନୋଇ, ଅର୍ଶଦୀପ ସିଂ, ଖଲୀଲ ଅହମ୍ମଦ, ମହମ୍ମଦ ସିରାଜ ।
ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ(ଉପ ଅଧିନାୟକ), ବିରାଟ କୋହଲି, କେଏଲ ରାହୁଲ, ରିଷଭ ପନ୍ତ, ଶ୍ରେୟାଶ ଆୟାର, ଶିବମ ଦୁବେ, କୂଲଦୀପ ଯାଦବ, ମହମ୍ମଦ ସିରାଜ, ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ରିୟାନ ପରାଗ, ଅକ୍ଷର ପଟେଲ, ଖଲୀଲ ଅହମ୍ମଦ ଓ ହର୍ଷିତ ରାଣା ।
ଦିନିକିଆ ସିରିଜ କାର୍ଯ୍ୟସୂଚୀ
୨୭ ଜୁଲାଇ: ପ୍ରଥମ ଟି୨୦, ପାଲୀକେଲ । ୨୮ ଜୁଲାଇ: ଦ୍ୱିତୀୟ ଟି୨୦, ପାଲୀକେଲ । ୩୦ ଜୁଲାଇ: ତୃତୀୟ ଟି୨୦, ପାଲୀକେଲ । ଟି୨୦ ସିରିଜ କାର୍ଯ୍ୟସୂଚୀ-୨ ଅଗଷ୍ଟ: ପ୍ରଥମ ଦିନିକିଆ, କଲମ୍ବୋ । ୪ ଅଗଷ୍ଟ: ଦ୍ୱିତୀୟ ଦିନିକିଆ, କଲମ୍ବୋ । ୭ ଅଗଷ୍ଟ: ତୃତୀୟ ଦିନିକିଆ, କଲମ୍ବୋ ।

Comments are closed.