Latest Odisha News

ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ହାଇକୋର୍ଟ ଗଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ଵର: ହାଇକୋର୍ଟ ଗଲେ ଭୁବନେଶ୍ବର ମଧ୍ୟ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ହାଇକୋର୍ଟରେ ନିର୍ବାଚନୀ ମାମଲା ଦାୟର କଲେ ଜଗନ୍ନାଥ ପ୍ରଧାନ । ଭୋଟ ଗଣତିରେ ବ୍ୟାପକ ଜାଲିଆତି ଅଭିଯୋଗ କରି ପିଟିସନ୍‌ କଲେ ଜଗନ୍ନାଥ । ଏଥିସହ ନିର୍ବାଚନକୁ ଅବୈଧ ଘୋଷଣା କରି ସାନି ନିର୍ବାଚନ ପାଇଁ ଦାବି କରିଛନ୍ତି ଜଗନ୍ନାଥ । ଏନେଇ ସୂଚନା ଦେଇଛନ୍ତି ଜଗନ୍ନାଥଙ୍କ ପକ୍ଷରୁ ଲଢୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ।

ସୂଚନା ଅନୁସାରେ, ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ରେ ମଧ୍ୟ ଭୁବନେଶ୍ଵରରୁ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଛିଡା ହୋଇଥିବା ବେଳେ ବିଜେପିରୁ ଛିଡା ହୋଇଥିଲେ ଜଗନ୍ନାଥ ପ୍ରଧାନ । ଏଥର ଫଳାଫଳରେ ଶାସକ ଦଳ ବିଜେଡ଼ିକୁ ବିଜେପି କଡ଼ା ଟକ୍କର ଦେଇ ଗଡ ଜିତିଥିଲା । ସେପଟେ କିନ୍ତୁ ଭୁବନେଶ୍ବର ମଧ୍ୟ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଜୟୀ ହୋଇଥିଲେ । ବିଜୟୀ ଅନନ୍ତ ନାରାୟଣ ଜେନାଙ୍କ ଠାରୁ ମାତ୍ର ୩୭ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ଜଗନ୍ନାଥ ପ୍ରଧାନ ।

Comments are closed.