Latest Odisha News

ଇସ୍ରାଏଲ ଫୁଟବଲ ଟିମ ଖେଳିବ ଅଲିମ୍ପିକ୍ସ

ଜ୍ୟୁରିକ: ଇସ୍ରାଏଲ ଫୁଟବଲ ପ୍ରଶଂସକମାନଙ୍କ ଖୁସି ଖବର । ପ୍ୟାରିସ ୨୦୨୪ ଅଲିମ୍ପିକ୍ସରେ ଇସ୍ରାଏଲ ଟିମ ଫୁଟବଲରେ ଅଂଶଗ୍ରହଣ କରିପାରିବ । ଫିଫା ଏବେ ଇସ୍ରାଏଲ ଉପରୁ ପ୍ରତିବନ୍ଧ ଲଗାଇବା ନିଷ୍ପତିକୁ ଘୁଂଚାଇ ଦେଇଛି । ୨ ମାସ ତଳେ ଫିଲିସ୍ତାନୀର ଫିଫା ନିକଟରେ ଇସ୍ରାଏଲକୁ ବାସନ୍ଦ କରିବା ପାଇଁ ଅନୁରୋଧ କରିଥିଲା । ଅଲିମ୍ପିକ୍ସର ଠିକ ପୂର୍ବରୁ ଫିଫା ଏ ସମ୍ପର୍କରେ ନିଷ୍ପତି ନେଇଥାନ୍ତା । ଏବେ ଏହାକୁ ୩୧ ଅଗଷ୍ଟ ସୁଦ୍ଧା ଶୁଣାଇବା ସମ୍ଭବପର ନୁହେଁ ବୋଲି କୁହାଯାଇଛି । ସେ ସମୟ ମଧ୍ୟରେ ଅଲିମ୍ପିକ୍ସରେ ଫୁଟବଲ ଫାଇନାଲ ଖେଳା ଯାଇ ସାରିଥିବ । ଇସ୍ରାଏଲ ସହ ଜାପାନ, ମାଳୀ ଓ ପାରାଗୁଏ ଗୋଟିଏ ଗ୍ରୁପରେ ରହିଛନ୍ତି ।

ସୂଚନାଯୋଗ୍ୟ, ଇସ୍ରାଏଲ ସୀମା ମଧ୍ୟରେ ପ୍ରବେଶ କରି ହମାସ ପକ୍ଷରୁ ନାରକୀୟ କାଣ୍ଡ ରଚା ଯାଇଥିଲା । ଏହାର ଜବାବରେ ଇସ୍ରାଏଲ ପାଲଟା ଆକ୍ରମଣ କରିଥିଲା । ଏବେ ବି ଏହି ଯୁଦ୍ଧ ଚାଲୁ ରହିଛି । ହମାସ ସଂଗଠନର ଅନେକ ବରିଷ୍ଠ କମାଣ୍ଡର ମୃତ୍ୟୁବରଣ କରି ସାରିଛନ୍ତି ।

Comments are closed.