Latest Odisha News

ପୋଲ ତଳକୁ ଖସିଲା ବସ୍: ୪୦ ଯାତ୍ରୀ ଆହତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାମଣ୍ଡା ନିକଟରେ ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବାମୁଣ୍ଡା ସୁନାଖାଇ ପୋଲ ତଳକୁ ଖସିପଡିଛି ନାଇଟ୍‌ କୋଚ ବସ୍‌ ମହାଦେବ। ଯେଉଁଥିରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ବୌଦ୍ଧ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ତେବେ ଗୁରୁତରଙ୍କ ମଧ୍ୟରେ ଶିଶୁ ଓ ବୃଦ୍ଧ ବି ରହିଛନ୍ତି ।

ତେବେ ମହାଦେବ ନାମକ ନାଇଟ କୋଚ ବସ୍‌ଟି ଭୁବନେଶ୍ୱରରୁ ମାଲକାନଗିରି ଅଭିମୁଖେ ପ୍ରାୟ ୬୦ରୁ ଅଧିକ ଯାତ୍ରୀ ନେଇ ଯାତ୍ରା କରୁଥିଲା । ବାମଣ୍ଡା ନିକଟରେ ଯାଉଥିବା ସମୟରେ ଏହା ଦୁର୍ଘଟଣା ଗସ୍ତ ହୋଇଛି । ତେବେ ଏନେଇ ଯାତ୍ରୀଙ୍କ କହିବା ଅନୁଯାୟୀ, ଗାଡ଼ି ଚଳାଉଥିବା ବେଳେ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିଲେ। ଯାହା ଫଳରେ ବସଟି ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସପଡ଼ିଥିଲା। ତେବେ ଏନେଇ କିଛି ସ୍ପଷ୍ଟୀକରଣ ମିଳିନାହିଁ ।

Comments are closed.