ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓସିଏସ)ର ୨୦୧୯ ପ୍ରିଲିମିନାରୀ ପରୀକ୍ଷା ଲାଗି ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ଯୋଗ୍ୟ ପ୍ରାର୍ଥୀମାନଙ୍କ ନିକଟରୁ ଦରଖାସ୍ତ ଆବେଦନ କରୁଛନ୍ତି । ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶିତ ହୋଇଛି ।
ଏସମ୍ପର୍କୀତ ଦରଖାସ୍ତ ଓ ଆବେଦନ ଫର୍ମ କମିଶନଙ୍କ ୱେବସାଇଟ ଷଗ୍ଧଗ୍ଧକ୍ଟ୍ର://କ୍ଟକ୍ଟ୍ରଗ୍ଦମକ୍ଟଦ୍ଭକ୍ଷସଦ୍ଭର.ଶକ୍ଟଙ୍ଖ.ସଦ୍ଭ ଦ୍ୱାରା ଉପଲବ୍ଧ ହୋଇପାରିବ । ସମସ୍ତ ଯୋଗ୍ୟ ପ୍ରାର୍ଥୀମାନେ ନଭେମ୍ବର ୧୩ରୁ ଡ଼ିସେମ୍ବର ୧୦ ପର୍ଯ୍ୟନ୍ତ ଏହି ପରୀକ୍ଷା ଲାଗି ଦରଖାସ୍ତ ଆବେଦନ କରିପାରିବେ । ଏହାର ପରୀକ୍ଷା ଫି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ)ର ଯେକୌଣସି ଶାଖାଦ୍ୱାରା ପଇଠ କରିହେବ । ପରୀକ୍ଷା ଲାଗି ଆବେଦନ କରିବାର ଶେଷ ତାରିଖ ରହିଛି ଡ଼ିସେମ୍ବର ୧୬ ।
ପଦ/ପଦବୀ:
ଗ୍ରୁପ ଏ
– ଓଡ଼ିଶା ପ୍ରସାସନିକ ସେବା (ଓଏଏସ) (ଜୁନିୟର ବ୍ରାଞ୍ଚ)
– ଓଡ଼ିଶା ପୋଲିସ ସର୍ଭିସ (ଓପିଏସ) (ଜୁନିୟର ବ୍ରାଞ୍ଚ)
– ଓଡ଼ିଶା ଫାଇନାନ୍ସ ସର୍ଭିସ (ଓଏଫଏସ) (ଜୁନିୟର ବ୍ରାଞ୍ଚ)
ଗ୍ରୁପ ବି
– ଓଡ଼ିଶା କୋ-ଅପରେଟିଭ୍ ସର୍ଭିସ (ଓସିଏସ) (ଏଆରସିଏସ) (ଓଜିସିଏସ)
– ଓଡ଼ିଶା ରେଭିନ୍ୟୁ ସର୍ଭିସ (ଓଆରଏସ)
– ଓଡ଼ିଶା ଟ୍ୟାକ୍ସେସନ ଏଣ୍ଡ ଆକାଉଣ୍ଟସ ସର୍ଭିସ (ଓଟି ଏଣ୍ଡ ଏଏସ)
ଖାଲି ରହିଥିବା ପଦ ପଦବୀ:
– ଓଏଏସ – ୩୦
– ଏଏଫଏସ – ୯
– ଓପିଏସ – ୭
– ଓସିଏସ – ୫
– ଓଆରଏସ – ୮୨
– ଓଟି ଏଣ୍ଡ ଏଏସ – ୨୦
ପ୍ରାର୍ଥୀମାନେ ଓପିଏସସିିର ଅଫିସିିଆଲ୍ ୱେବସାଇଟ ଷଗ୍ଧଗ୍ଧକ୍ଟ୍ର://ଙ୍ଗଙ୍ଗଙ୍ଗ.କ୍ଟକ୍ଟ୍ରଗ୍ଦମ.ଶକ୍ଟଙ୍ଖ.ସଦ୍ଭ ଲଗ୍ ଇନ କରି ଓସିଏସର ପ୍ରିଲିମିନାରୀ ପରୀକ୍ଷା ସମ୍ପର୍କୀତ ଅଧିକ ବିବରଣୀ ପାଇପାରିବେ ।
ଯୋଗ୍ୟତା:
୧ – ବୟସସୀମା:
ଏହି ପରୀକ୍ଷା ଲାଗି ପ୍ରାର୍ଥୀଙ୍କ ବୟସସୀମା ୨୦୧୯ ମସିହା ଜାନୁଆରୀ ୧ ତାରିଖ ସୁଦ୍ଧା ୩୨ ବର୍ଷରୁ ଅଧିକ ହୋଇନଥିବ କିମ୍ବା ୨୧ ବର୍ଷରୁ କମ୍ ହୋଇନଥିବା ଆବଶ୍ୟକ ।
୨ – ଶିକ୍ଷାଗତ ଯୋଗ୍ୟତା:
ଏହି ପରୀକ୍ଷା ଲାଗି ଅ÷ାବେଦନ କରିଥିବା ସମସ୍ତ ପ୍ରାର୍ଥୀମାନେ କୌଣସି ବିଶ୍ୱବିଦ୍ୟାଳୟରୁ ବ୍ୟାଚେଲର୍ ଡିଗ୍ରୀ ପ୍ରାପ୍ତ ହୋଇଥିବା ଆବଶ୍ୟକ । ପ୍ରାର୍ଥୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଓପିଏସସିର ୱେବସାଇଟ୍ ରେ ଉପଲବ୍ଧ ରହିଛି । ପ୍ରାର୍ଥୀମାନେ ଏହି ୱେବସାଇଟ୍ ମାଧ୍ୟମରେ ସମସ୍ତ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଅବଗତ ହୋଇପାରିବେ ।
ସମସ୍ତ ପ୍ରାର୍ଥୀମାନେ ଓଡ଼ିଆ ଭାଷାରେ କହିପାରୁଥିବା / ଲେଖିପାରୁଥିବା ତଥା ପଢିପାରୁଥିବା ନିତାନ୍ତ ଜରୁରୀ । ଏ ସମ୍ପର୍କୀତ ସମସ୍ତ ଅଧିକ ସୂଚନା କମିଶନଙ୍କ ଅଫିସିଆଲ୍ ୱେବସାଇଟ୍ ଷଗ୍ଧଗ୍ଧକ୍ଟ୍ର://ଙ୍ଗଙ୍ଗଙ୍ଗ.କ୍ଟକ୍ଟ୍ରଗ୍ଦମ.ଶକ୍ଟଙ୍ଖ.ସଦ୍ଭ ରେ ଉପଲବ୍ଧ ଅଛି । ପ୍ରାର୍ଥୀମାନେ ଏହି ୱେବସାଇଟ୍ ଦ୍ୱାରା ସମସ୍ତ ବିବରଣୀ ପାଇପାରିବେ ।
ପରୀକ୍ଷା ଫି: ପ୍ରାର୍ଥୀମାନେ ଓପିଏସସିର ଏହି ପରୀକ୍ଷା ନିମନ୍ତେ ୫୦୦ ଟଙ୍କା ପୈଠ କରିବାକୁ ପଡ଼ିବ । ଏହା ନନ-ରିଫଣ୍ଡେବଲ୍ ଅଟେ । ଏହି ପରୀକ୍ଷା ଲାଗି ରହିଥିବା ସମସ୍ତ ଏସସି/ଏସଟି ପ୍ରାର୍ଥୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ସେମାନଙ୍କ ଲାଗି ଏହା ସମ୍ପୂର୍ଣ୍ଣ ମାଗଣା ଅଟେ । ଯେଉଁ ପ୍ରାର୍ଥୀମାନେ ୪୦ ପ୍ରତିଶତ ଶାରିରୀକ ଅକ୍ଷମ ସେହି ପ୍ରାର୍ଥୀମାନଙ୍କୁ ମଧ୍ୟ କୌଣସି ଦେୟ ଦେବେ ନାହିଁ ।
କେତୋଟି ପର୍ଯ୍ୟାୟ ଦେଇ ଏହି ପରୀକ୍ଷାରେ ଉର୍ତ୍ତର୍ଣ୍ଣ ହେବାକୁ ପଡ଼ିବ ଜାଣନ୍ତୁ:
– ପ୍ରିଲିମିନାରୀ ପରୀକ୍ଷା (ଅବଜେକ୍ଟିଭ୍ ଟାଇପ – ମଲଟିପଲ୍ ଚଏସ୍ ପ୍ରଶ୍ନ)
– ମୁଖ୍ୟ ପରୀକ୍ଷା
– ପର୍ସନାଲିଟି ଟେଷ୍ଟ ବା ଇଣ୍ଟରଭ୍ୟୁ ବା ସାକ୍ଷାତକାର
ସମସ୍ତ ପରୀକ୍ଷା ଏବଂ ଏହି ୩ଟି ପର୍ଯ୍ୟାୟ ସମ୍ପର୍କରେ କମିଶନଙ୍କ ୱେବସାଇଟ୍ ଷଗ୍ଧଗ୍ଧକ୍ଟ୍ର://ଙ୍ଗଙ୍ଗଙ୍ଗ.କ୍ଟକ୍ଟ୍ରଗ୍ଦମ.ଶକ୍ଟଙ୍ଖ.ସଦ୍ଭ ରେ ବିଶଦ ଭାବେ ବିବରଣୀ ଉପଲବ୍ଧ ରହିଛି । ପ୍ରାର୍ଥୀମାନେ ଏହି ୱେବସାଇଟ୍ ରେ ଲଗ୍ ଇନ୍ କରି ସମସ୍ତ ପ୍ରକାର ବିବରଣୀ ପାଇପାରିବେ ।
Comments are closed.