Latest Odisha News

ଏଏସଓଙ୍କୁ ମାଡ ମାରିବା ଘଟଣାରେ ବର୍ଷିଲେ ନବୀନ, କହିଲେ ଭୁଶୁଡି ପଡିଲାଣି ଆଇନ ବ୍ୟବସ୍ଥା

ଭୁବନେଶ୍ବର:ସରିଯାଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଅଧିବେଶନ ଆରମ୍ଭରୁ ହିଁ ପୂରା ଫାୟାର ବିରୋଧୀ । ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିବା ଘଟଣାକୁ ନେଇ ଗୃହ ତ୍ୟାଗ କରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ ।

ସେହି ସମାନ ପ୍ରସଙ୍ଗ ନେଇ ବିଧାନସଭା ବାହାରେ ମଧ୍ୟ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜ୍ୟରେ ଆଇନ ବ୍ୟବସ୍ଥା ଭୁଶୁଡି ପଡିଲାଣି ବୋଲି କହିଛନ୍ତି ନବୀନ । ଏନେଇ ନବୀନ କହିଛନ୍ତି, ଲାଗୁଛି ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ଭୁଶୁଡି ପଡିଲାଣି । ଜଣେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ପରେ ବି ରାଜ୍ୟପାଳଙ୍କ ପୁଅ ଉପରେ କିଛି କାର୍ଯ୍ୟାନୁଷ୍ଠାନ ନହେବା ଘଟଣା ମୋତେ ବ୍ୟଥିତ କରିଛି ।

ଜଣେ ସରକାରୀ ଅଧିକାରୀଙ୍କ ପ୍ରତି ସେ ହିଂସା ଆଚରଣ କରିଥିବା ଅଭିଯୋଗ ହୋଇଛି । ହେଲେ ଏହାକୁ ରାଜ୍ୟ ସରକାର ଅଣଦେଖା କରିବା, ଏହା ଆମକୁ ଚକିତ କରିଛି । ଆଇନଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଗଲାଣି । ମୋ ସରକାର ଥିବା ବେଳେ ଏଭଳି ଘଟଣାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା । ମନ୍ତ୍ରୀ, ବିଧାୟକ, ସାଂସଦ କେହି ବି ହେଉ ଆଇନ ଭାଙ୍ଗିଲେ ତୁରନ୍ତ ଆକ୍ସନ ନିଆଯାଉଥିଲା । ରାଜ୍ୟ ସରକାର ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି କହିଛନ୍ତି ନବୀନ ।

Comments are closed.