ନୂଆଦିଲ୍ଲୀ: ସଂସଦରେ ଖୋଲିଲା ନିର୍ମଳାଙ୍କ ପେଡି । ଦେଶର ବିକାଶ ଦିଗରେ ଚଳିତ ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମଧ୍ୟବର୍ତ୍ତୀ ବଜେଟରେ ୪ଟି ଭିନ୍ନ ଜାତି ତଥା ଗରିବ, ମହିଳା, ଯୁବକ ଏବଂ କୃଷକ ଉପରେ ଧ୍ୟାନ ଦିଆଯାଇଛି । କୃଷକମାନଙ୍କ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ଘୋଷଣା ୩୧୦୦ ଘୋଷଣା କରାଯାଇଛି । ଫସଲ, ମୂଲ୍ୟ ଉପରେ ଅତିକମରେ ୫୦% ମାର୍ଜିନ ପ୍ରତିଶୃତି ପୂରଣ ହୋଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଆହୁରି ୫ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା, ଯେଉଁଥିରେ ୮୦ କୋଟିରୁ ଅଧିକ ଲୋକଙ୍କୁ ଉପକୃତ ହୋଇଛନ୍ତି ।
ଏହାସହିତ ଚଳିତ ବର୍ଷର ବଜେଟ୍ ସମସ୍ତଙ୍କ ବିକାଶ ପାଇଁ ବୋଲି କହିଛନ୍ତି ନିର୍ମଳା । ଏହା ହେଉଛି ବିକଶିତ ଭାରତର ରୋଡମ୍ୟାପ । ଯାହା ଶକ୍ତି ସୁରକ୍ଷା, ରୋଜଗାର ବୃଦ୍ଧି, ପ୍ରାକୃତିକ ଚାଷ ବୃଦ୍ଧି, କୃଷି କ୍ଷେତ୍ରର ବିକାଶ ଦଗରେ କାମ କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଯାହା ସରକାରଙ୍କ ପ୍ରଥମ ପ୍ରାଥମିକତା । ତେବେ ସମସ୍ତ ଘଡିସନ୍ଧି ମୁହୂର୍ତ୍ତରେ ବି ଭାରତର ଅର୍ଥନୀତି ଚମକୁଛି ବୋଲି କହିଛନ୍ତି ନିର୍ମଳା ।
ତେବେ ଏହାକୁ ନେଇ ଏଥର ବଜେଟ୍ରେ ମୋଟ ୯ଟି କ୍ଷେତ୍ରକୁ ସରକାର ପ୍ରାଥମିକତା ଦେଇଛନ୍ତି । ସେଗୁଡିକ ହେଲା:-
- କୃଷି କ୍ଷେତ୍ରରେ ଉତ୍ପାଦନ ଏବଂ ସ୍ଥିରତା
- ରୋଜଗାର ଏବଂ ଦକ୍ଷତା ବୃଦ୍ଧି
- ଅନ୍ତର୍ଭୁକ୍ତ ମାନବ ସମ୍ବଳ ବିକାଶ ଏବଂ ସାମାଜିକ ନ୍ୟାୟ ଉପରେ ଗୁରୁତ୍ବ
- ଉତ୍ପାଦନ ଏବଂ ସେବା ବୃଦ୍ଧି
- ସହରୀକରଣ ବିକାଶ
- ଶକ୍ତି ସଂରକ୍ଷଣ ବୃଦ୍ଧି
- ଭିତ୍ତିଭୂମି ସୁଦୃଢ କରିବା
- ଅଭିନବ, ଅନୁସନ୍ଧାନ ଏବଂ ବିକାଶ
- ନୂତନ ପିଢିରେ ସଂସ୍କାର
Comments are closed.