Latest Odisha News

BREAKING NEWS

ଖୁସି ଖବର: ପ୍ରଥମକରି ଚାକିରି ପାଇଥିବା ବ୍ୟକ୍ତିଙ୍କ ଆୟ ୧ଲକ୍ଷରୁ କମ ଥିଲେ ଇପିଏଫଓରୁ ମିଳିବ ସ୍ୱତନ୍ତ୍ର ସହାୟତା

ନୂଆଦିଲ୍ଲୀ: ଯୁବବର୍ଗଙ୍କ ପାଇଁ ଖୁସି ଖବର। ପ୍ରଥମ କରି ଚାକିରି ପାଇଥିବା ବ୍ୟକ୍ତିଙ୍କ ଆୟ ୧ଲକ୍ଷରୁ କମ ଥିଲେ ଇପିଏଫଓରୁ ମିଳିବ ସ୍ୱତନ୍ତ୍ର ସହାୟତା। ପ୍ରଥମକରି ଚାକିରି କରିଥିବା ଯୁବକ, ଯୁବତୀ ଯାହାଙ୍କ ଦରମା ୧ ଲକ୍ଷରୁ କମ୍ ଥିବ ସେମାନଙ୍କ ପାଇଁ ପ୍ରଥମଥର ଇପିଏଫଓ ରେଜିଷ୍ଟର କରିଥିଲେ ୧୫ ହଜାର ଟଙ୍କା ୩ ଟି କିସ୍ତିରେ ସ୍ୱତନ୍ତ୍ର ଆର୍ଥିକ ସହାୟତା ମିଳିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଯୁବବର୍ଗଙ୍କୁ ସର୍ବାଧିକ ଫୋକସ୍‌ ଦେଇଛନ୍ତି।

ନବ ନିଯୁକ୍ତଙ୍କ ପାଇଁ ବଜେଟରେ ଏପରି ଘୋଷଣା କରିଛନ୍ତି। ଇପିଏଫଓରେ ସାମିଲ ହେଲେ ମିଳିବ ଏକ ମାସର ଦରମା । ୩ଟି କିସ୍ତିରେ ମିଳିବ ଏହି ଟଙ୍କା । ୧୫ ହଜାରରୁ ଏକ ଲକ୍ଷ ଟଙ୍କା ଦରମା ପାଉଥିବା ନବ ନିଯୁକ୍ତଙ୍କୁ ଏହି ସୁବିଧା ମିଳିବ। ଏହି ସ୍କିମରେ ଲାଭବାନ ହେବେ ୨ କୋଟି ୧୦ ଲକ୍ଷ ଯୁବକ।

ଏହାସହ ସ୍ଥାନୀୟ ଅନୁଷ୍ଠାନରେ ଅଧ୍ୟୟନ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନ୍‌ସିକ୍ୟୋଡ୍‌ ଏଜୁକେଶନ୍‌ ଲୋନ୍‌ ଉପଲବ୍ଧ ହେବ। ଯୁବକମାନଙ୍କୁ ଦକ୍ଷତା ତାଲିମ ଦିଆଯିବ। ୩୦ ଲକ୍ଷ ଯୁବକ ତାଲିମ ପାଇବେ। ଏଥିପାଇଁ ବଜେଟରେ ୨ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି। ଆସନ୍ତା ୫ ବର୍ଷରେ ସରକାର ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। ୧ କୋଟି ଯୁବକଙ୍କୁ ଇଣ୍ଟର୍ନସିପ ପ୍ରଦାନ କରିବେ। ଗୋଟିଏ ବର୍ଷ ଇଣ୍ଟର୍ନସିପ ସମୟରେ ପ୍ରତି ମାସରେ ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।

Comments are closed.