Latest Odisha News

BREAKING NEWS

ସବୁ ବର୍ଗର ଲୋକମାନଙ୍କର ସ୍ୱାର୍ଥକୁ ଦିଆଯାଇଛି ଗୁରୁତ୍ଵ: ମୋଦୀ

ନୂଆଦିଲ୍ଲୀ: ବଜେଟ୍‌କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିକ୍ରିୟା। ଗତ ୧୦ ବର୍ଷରେ ୨୫ କୋଟି ଲୋକ ଗରିବୀରୁ ମୁକ୍ତି ପାଇଛନ୍ତି ।ଏହି ବଜେଟ୍‌ରେ ମଧ୍ୟବିତ୍ତ ବର୍ଗର ସ୍ବାର୍ଥକୁ ଗୁରୁତ୍ବ ଦିଆଯାଇଛି। ଏଥିସହ ଦେଶର ଯୁବ ବର୍ଗ ବଜେଟ୍‌ରୁ ପର୍ଯ୍ୟାପ୍ତ ସୁଯୋଗ ପାଇବେ ବୋଲି କହିଛନ୍ତି ମୋଦୀ। ଏହାଛଡା ଶିକ୍ଷା ଓ ଦକ୍ଷତା ବିକାଶ ବଜେଟରୁ ବିଶେଷ ଉପକୃତ ହେବେ ଯୁବପିଢି। ମହିଳା, କ୍ଷୁଦ୍ର ବ୍ୟବସାୟୀ ଓ ଏମଏସଏମଇକୁ ବେଶି ଫାଇଦା ମିଳିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ସୂଚନାଯୋଗ୍ୟ ଯେ, ମୋଦି ସରକାରଙ୍କ ତୃତୀୟ ପାଳିର ସାଧାରଣ ବଜେଟ ଆଜି ସଂସଦରେ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୮ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟ ଦ୍ଵାରା ଯୁବକମାନେ ଅନେକ ସୁଯୋଗ ପାଇବେ । ଦଳିତ ଏବଂ ପଛୁଆ ସମ୍ପ୍ରଦାୟର ଲୋକମାନେ ଅଧିକ ଶକ୍ତିଶାଳୀ ହେବେ ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବଜେଟ ମହିଳାଙ୍କ ଆର୍ଥିକ ଅଂଶଗ୍ରହଣକୁ ନିଶ୍ଚିତ କରିବ । ଏହା ବ୍ୟତୀତ ଅର୍ଥନୈତିକ ବିକାଶ ମଧ୍ୟ ନୂତନ ଗତି ପାଇବାକୁ ଯାଉଛି । ଗତ ଦଶ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର‌୍ୟରୁ ବାହାରିଛନ୍ତି ।ଏହି ବଜେଟ ନୂତନ ମଧ୍ୟବିତ୍ତ ଶ୍ରେଣୀର ସଶକ୍ତିକରଣ ପାଇଁ ଅଟେ ।

ତା’ଛଡା ଏହି ବଜେଟ ଯୁବକମାନଙ୍କୁ ଅସୀମିତ ସୁଯୋଗ ପ୍ରଦାନ କରିବ ଏବଂ ଏକ ନୂତନ ସ୍କେଲ ଦେବ । ନୂତନ ମଧ୍ୟବିତ୍ତଙ୍କୁ ଶକ୍ତି ପ୍ରଦାନ କରିବ ଏବଂ ମହିଳା, କ୍ଷୁଦ୍ର ବ୍ୟବସାୟୀ ଏବଂ ଏମଏସଏମଇଗୁଡିକୁ ସାହାଯ୍ୟ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Comments are closed.