Latest Odisha News

ବାଲେଶ୍ୱରରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

ସୋର: ବାଲେଶ୍ୱରର ସୋର ବ୍ଲକ କେଦାରପୁର ପଂଚାୟତ ବାଣୀସିଆ ପ୍ରାଥମିକ ବିଦ୍ୟଳୟରେ ଶନିବାର ମଧ୍ୟାହ୍ନ ଭୋଜନ ଖାଇ ୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି।

ସଙ୍ଗେସଙ୍ଗେ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ୩୫ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରେ ଅଣ୍ଡା ତରକାରୀ ଓ ଭାତ ଖାଇଥିଲା। ଖାଇବା ପରେ କେତେକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ। ଯାହା ପରେ ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଛାତ୍ରଛାତ୍ରୀ ସୁସ୍ଥତା ଅନୁଭବ କରିଥିବା ଜଣାପଡିଛି।

 

Comments are closed.