ନୂଆଦିଲ୍ଲୀ: ଆଜି ୧୧୨ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସାରା ଦେଶ ବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ମୋଦି । ଏବେ ଅଲିମ୍ପିକ ଚାଲିଥିବାରୁ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାରା ଦୁନିଆରେ ପ୍ୟାରିସ୍ ଅଲିମ୍ପିକ୍କୁ ନେଇ ଚର୍ଚ୍ଚା ବୋଲି କହିଛନ୍ତି । ଦେଶବାସୀଙ୍କୁ ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ଆହୁରି ଉତ୍ସାହିତ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ ମ୍ୟାଥସ୍ ଅଲିମ୍ପିୟାନ୍ ବିଜେତାଙ୍କ ସହିତ ଫୋନରେ କଥା ହେବା ସହିତ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି ।
ଖାଲି ସେତିକି ନୁହେଁ ଆଜିର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଶାଢୀର ଭୁରି ଭୂରି ପ୍ରଶଂସା କରିଛନ୍ତି ମୋଦି । ସମ୍ବଲପୁର ଶାଢ଼ି କଥା କହି ମୋଦି କହିଛନ୍ତି, ଦେଶରେ ଖଦି ଓ ହସ୍ତକାରିଗରୀ ଶାଢ଼ିର ଚାହିଦା ବଢ଼ିବାରେ ଲାଗିଛି । ଲୋକଙ୍କ ମଧ୍ୟରେ ହସ୍ତକାରିଗରି ଏକ ସ୍ବତନ୍ତ୍ର ସ୍ଥାନ ବନାଇଛି । ସେ ଓଡିଶାର ସମ୍ବଲପୁର ଶାଢୀ ହେଉକି ମଧ୍ୟପ୍ରଦେଶର ମାହେଶ୍ବରୀ ଶାଢୀ, ମହାରାଷ୍ଟ୍ରର ଫୈଥାନୀ, ହିମାଚଳର ବୁଟିକୋ ସାଲଓ ଜମ୍ମୁ-କାଶ୍ମୀରର କନତସାଓ୍ବାଲ । ଦେଶରେ କୋଣ ଅନୁକୋଣରେ ହସ୍ତକାରିଗରୀମାନେ ଛାଇଯାଇଛନ୍ତି । ଏହା ସହିତ ସମସ୍ତ ହସ୍ତକାରିଗରିମାନଙ୍କୁ ବି ଶୁଭେଚ୍ଛା ଜଣାଇଛନ୍ତି । ଆଜିକାଲି ଯେଉଁଭଳି ହସ୍ତତନ୍ତର ଚାହିଦା ବଢିଲାଣି ତାହା ନିଶ୍ଚିତ ସଫଳଦାୟକ । ଭାରତରେ ହସ୍ତତନ୍ତର ସାମଗ୍ରୀର ବିକ୍ରି ୪୦୦%କୁ ବୃଦ୍ଧି ପାଇଛି । ଆହୁରି ମଧ୍ୟ ଏବେ ଅନେକ ଘରୋଇ କମ୍ପାନୀ ଏଆାଇକୁ ବ୍ୟବହାର କରି ହସ୍ତତନ୍ତ ଉତ୍ପାଦ ଓ ଦୀର୍ଘସ୍ଥାୟୀ ଫ୍ୟାସନକୁ ପ୍ରୋତ୍ସାହିତ କରୁଛନ୍ତି । ଆସନ୍ତା ଅଗଷ୍ଟ ୭ରେ ଦେଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବ ବୋଲି କହିଛନ୍ତି ମୋଦି ।
खादी ग्रामोद्योग का कारोबार पहली बार 1.5 लाख करोड़ रुपए के पार पहुंच गया है और खादी की बिक्री 400% बढ़ी है।
खादी की, handloom की, ये बढ़ती हुई बिक्री बड़ी संख्या में रोजगार के नए अवसर भी बना रही है। इस industry से सबसे ज्यादा महिलाएं जुड़ी हैं, तो सबसे ज्यादा फायदा भी उन्हीं को… pic.twitter.com/r5XKpLpL4y
— BJP (@BJP4India) July 28, 2024
ଅନ୍ୟପକ୍ଷରେ ଏଥିପାଇଁ ଓଡ଼ିଶାବାସୀଙ୍କ ତରଫରୁ ମୋଦିଙ୍କୁ କୃତଜ୍ଞତା ଜଣାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୟାସ ଓଡିଶା ତଥା ଦେଶର ସମସ୍ତ ହସ୍ତତନ୍ତର ପ୍ରଚାର ପ୍ରସାର ହେବା ସହ ସ୍ଥାନୀୟ ବୁଣାକାରଙ୍କ ସର୍ବାଙ୍ଗୀନ ବିକାଶରେ ସହାୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
‘ମନ୍ କି ବାତ୍’ରେ ଓଡ଼ିଶାର ଗର୍ବ ସମ୍ବଲପୁରୀ ଶାଢ଼ିର ପ୍ରଶଂସା କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଙ୍କୁ ଓଡ଼ିଶାବାସୀଙ୍କ ତରଫରୁ କୃତଜ୍ଞତା ଜଣାଉଛି।
ଏହି ପ୍ରୟାସ ଓଡ଼ିଶା ତଥା ଦେଶର ସମସ୍ତ ହସ୍ତତନ୍ତର ପ୍ରଚାର ପ୍ରସାର ସହ ସ୍ଥାନୀୟ ବୁଣାକାରଙ୍କ ସର୍ବାଙ୍ଗୀନ ବିକାଶରେ ନିଶ୍ଚୟ ସହାୟକ ହେବ।
#MannKiBaat… pic.twitter.com/XteI0s3j1A— Mohan Charan Majhi (@MohanMOdisha) July 28, 2024
Comments are closed.