Latest Odisha News

ପୁଣି ମାଓ ପୋଷ୍ଟର: ନିଜ ସ୍ଥିତ ଜାହିର କଲେ ମାଓବାଦୀ, ଅଞ୍ଚଳରେ କୋକୁଆ ଭୟ

କଳାହାଣ୍ଡି: ବହୁ ଦିନ ବ୍ୟବଧାନରେ କଳାହାଣ୍ଡି ଜିଲ୍ଲାରେ ପୁଣି ନିଜ ସ୍ଥିତି ଜାହିର କଲେ ଲାଲ ବାହିନୀ। କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶିକରଗୁଡ଼ା ଗାଁର ରାସ୍ତାରେ ଆଜି ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀ ପକ୍ଷରୁ ପୋଷ୍ଟର ଜାରି ସହ ସହିଦ ସ୍ତମ୍ଭ ନିର୍ମାଣ କରିଛନ୍ତି ମାଓବାଦୀ।

ଆଜି ଠାରୁ ଆସନ୍ତା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବା ସହ ସରକାରଙ୍କ ଦମନ ଲୀଳାକୁ ବିରୋଧ କରିବାକୁ ପୋଷ୍ଟର ଉଲ୍ଲେଖ ରହିଛି। ଏହାକୁ ନେଇ ଘଟଣାସ୍ଥଳରୁ ପୁଲିସ ମାଓ ପୋଷ୍ଟର ଜବତ କରିବା ସହ ସ୍ଥାନୀୟ ଅଞ୍ଚଳରେ କୁମ୍ବିଙ୍ଗକୁ ଜୋରଦାର କରିଛି।

କିଛି ଦିନର ନୀରବତା ପରେ ଲାଲ ବାହିନୀ ପୁଣି ଏହି ଅଞ୍ଚଳରେ ନିଜ ସ୍ଥିତି ଜାହିର କରିଥିବାରୁ ସ୍ଥାନୀୟ ଅଞ୍ଚଳରେ କାକୁଆ ଭୟ ଖେଳି ଯାଇଛି । ଅନ୍ୟପଟେ ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଜଗଦଲପୁର ଫାଣ୍ଡି ଅନ୍ତର୍ଗତ ଗୁଣ୍ଡିରୀଗୁଡା ଅଞ୍ଚଳରେ ଲାଗିଲା ମାଓ ବ୍ୟାନର ପୋଷ୍ଟର। ସହିଦ ସପ୍ତାହ ପାଳନ ନେଇ ଲାଗିଲା ଏହି ପୋଷ୍ଟର।

 

Comments are closed.