Latest Odisha News

BREAKING NEWS

ବଲିଉଡ୍ ଷ୍ଟାର– କ୍ରିକେଟରଙ୍କ ଲଭ୍ ଷ୍ଟୋରି

ମୁମ୍ବାଇ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ଏବେ ବଲିଉଡ୍ ଡିଭା ଅନନ୍ୟା ପାଣ୍ଡେଙ୍କ ସହ ଯୋଡାଯାଉଛି । ଉଭୟଙ୍କ ମଧ୍ୟରେ ଲଭ୍ ଓ ରୋମାନ୍ସ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋରସୋର । ତେବେ ଏହା ପ୍ରଥମ ନୁହେଁ । ବଲିଉଡ୍ ସୁନ୍ଦରୀଙ୍କ ସହ କ୍ରିକେଟରଙ୍କ ପ୍ରେମ ଓ ପ୍ରଣୟର ଉଦାହରଣ ଅନେକ । କିଛି ସଂପର୍କ ବିବାହରେ ଶେଷ ହୋଇଛି ତ ଆଉ କିଛି ସଂପର୍କରେ ଭଟ୍ଟା ପଡିଛି  ।

ମନସୁର ଅଲ୍ଲୀ ଖାନ ଓ ଶର୍ମିଳା ଟାଗୋରଙ୍କ ଲଭ୍ ଷ୍ଟୋରି । ଭାରତରେ କ୍ରିକେଟର ଓ ସିନେ ଅଭିନେତ୍ରୀଙ୍କ ମଧ୍ୟରେ ସଂପର୍କର ବୋଧହୁଏ ପ୍ରଥମ ଉଦାହରଣ । କ୍ରିକେଟର ମନସୁର ଅଲ୍ଲୀ ଖାନ ଓ ଶର୍ମିଳା ଟାଗୋରଙ୍କ ମଧ୍ୟରେ ରୋମାନ୍ସ ଷାଠିଏ ଦଶକରେ ବେଶ୍ ଚର୍ଚ୍ଚିତ ଥିଲା । ୧୯୬୮ରେ ବିବାହ କରିଥିଲେ ମନସୁର ଓ ଶର୍ମିଳା ।  ଅଶୀ ଦଶକରେ ଯୁବ ପାକିସ୍ତାନୀ କ୍ରିକେଟର ମୋହସିନ ଖାନଙ୍କ ପ୍ରେମରେ ପଡିଥିଲେ ଅଭିନେତ୍ରୀ ରୀନା ରାୟ । ମୋହସିନଙ୍କୁ ବାହା ହେବା ପାଇଁ ଫିଲ୍ମ କ୍ୟାରିୟରକୁ ଗୁଡବାୟ କହିଥିଲେ ରୀନା । ସବୁ ପ୍ରତିବନ୍ଧକ ସତ୍ତ୍ୱ ୧୯୮୩ରେ କରାଚୀରେ ଉଭୟେ ବିବାହ କରିଥିଲେ । ବିବାହ କିନ୍ତୁ ସ୍ଥାୟୀ ହୋଇପାରିଲା ନାହିଁ । ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା । ମୋହସିନ ଖାନ କିଛି ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି ।

୧୯୮୬-୮୭ରେ ଇଣ୍ଡିଜ୍ ଅଧିନାୟକ ଭିଭିଆନ ରିଚାର୍ଡସଙ୍କ ପ୍ରେମରେ ପଡିଥିଲେ ନୀନା ଗୁପ୍ତା । ଏକ କନ୍ୟା ସନ୍ତାନର ମାଆ ହୋଇଥିଲେ ନୀନା । କିନ୍ତୁ ରିଚାର୍ଡସ ଓ ନୀନା ବିବାହ କରିନଥିଲେ । ମହମ୍ମଦ ଆଝାରୁଦ୍ଦିନ ଅଭିନେତ୍ରୀ ସଂଗୀତା ବିଜଲାନୀଙ୍କ ପ୍ରେମରେ ପଡିଥିଲେ । ବିଜଲାନୀଙ୍କୁ ବିବାହ କରିବା ପାଇଁ ପତ୍ନୀ ନୌରିନଙ୍କୁ ଛାଡପତ୍ର ଦେଇଥିଲେ ଆଝାରୁଦ୍ଦିନ । ବିଜଲାନୀଙ୍କ ସହ ବି ଆଝାରଙ୍କ ବିବାହ ବିଚ୍ଛେଦ ହୋଇଥିଲା ।

୨୦୧୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ କ୍ରିକେଟର ହରଭଜନ ସିଂହ ଓ ଅଭିନେତ୍ରୀ ଗୀତ। ବସ୍ରା । ଏକ ସାମ୍ପୁ କମର୍ସିଆଲ ଫିଲ୍ମର ସୁଟିଂ ବେଳେ ବିରାଟ କୋହଲୀ ଓ ଅଭିନେତ୍ରୀ ଅନୁଷ୍କା ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ । ୨୦୧୭ରେ ଇଟାଲୀରେ ବିରାଟ ଓ ଅନୁଷ୍କାଙ୍କ ମଧ୍ୟରେ ପଡିଥିଲା ହାତଗଣ୍ଠି । ମଡେଲରୁ ଅଭିନେତ୍ରୀ ପାଲଟିଥିବା ହାଜେଲ୍ କିଚଙ୍କ ପ୍ରେମରେ ପଡିଥିଲେ ଯୁବରାଜ ସିଂହ । ଉଭୟେ ୨୦୧୬ରେ ବିବାହ କରିଥିଲେ । ଅଭିନେତ୍ରୀ ଇଶା ଶ୍ରାବଣୀଙ୍କ ପ୍ରେମରେ ପଡିଥିଲେ ଜାହିର ଖାନ । କିନ୍ତୁ ବିବାହ କରିଥିଲେ ଆଉ ଜଣେ ଅଭିନେତ୍ରୀଙ୍କୁ । ଚକ୍ ଦେ ଇଣ୍ଡିଆ ଫେମ୍ ସାଗରିକା ଘଟଗେଙ୍କୁ ପ୍ରେମ ବିବାହ କରିଥିଲେ ଜାହିର । କେ.ଏଲ ରାହୁଲ ମଧ୍ୟ ଜଣେ ଅଭିନେତ୍ରୀଙ୍କୁ ପ୍ରେମ କରି ବିବାହ କରିଛନ୍ତି । ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥେୟାଙ୍କୁ ୨୦୨୩ରେ ବିବାହ କରିଥିଲେ ରାହୁଲ୍ ।

 

 

Comments are closed.