Latest Odisha News

ମୋର୍କେଲ ହୋଇ ପାରନ୍ତି ଭାରତୀୟ କ୍ରିକେଟ ଟିମର ବୋଲିଂ କୋଚ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ସିରିଜ ପରେ ଭାରତୀୟ କ୍ରିକେଟ ଟିମକୁ ନୂଆ ବୋଲିଂ କୋଚ ମିଳିବେ । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ମୋର୍ଣ୍ଣେ ମୋର୍କେଲଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯିବ ବୋଲି କ୍ରିକବଜରେ ରିପୋର୍ଟ ପ୍ରକାଶ ପାଇଛି । କୋଚ ଗୌତମ ଗମ୍ଭୀରଙ୍କ ଅନୁରୋଧ ରକ୍ଷା କରି ବିସିସିଆଇ ମୋର୍କେଲଙ୍କୁ ବୋଲିଂ କୋଚ ପାଇଁ କରିବା ପାଇଁ ରାଜି ହୋଇଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ବର୍ତମାନ ଶ୍ରୀଲଙ୍କା ଗସ୍ତରେ ସାଇରାଜ ବହୂତଳେ ବୋଲିଂ କୋଚ ଦାୟିତ୍ୱ ତୁଲାଉଛନ୍ତି । ସେହିପରି ଟି ଦିଲୀପ ଫିଲ୍ଡିଂ କୋଚ ଏବଂ ର‌୍ୟାନ ଟେନ ଡୋଶ୍ଚେଟ ଓ ଅଭିଷେକ ନାୟାର ସପୋର୍ଟିଂ ଷ୍ଟାଫ ରହିଛନ୍ତି । ମୋର୍କେଲଙ୍କ ଉପସ୍ଥିତି ଭାରତୀୟ ବୋଲରଙ୍କୁ କିଭଳି ସହାୟକ ହେଉଛି ତାହା ସମୟ କହିବ ।

ଏହା ପୂର୍ବରୁ ଜାହୀର ଖାଁଙ୍କୁ ବୋଲିଂ କୋଚ କରିବା ପାଇଁ ବିଭିନ୍ନ ମହଲରୁ ଦାବୀ ହେଉଥିଲା । ରାହୁଲ ଡ୍ରାଭିଡ ଓ ରବି ଶାସ୍ତ୍ରୀଙ୍କ ସମୟରୁ ବିସିସିଆଇ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କୋଚ ଯୋଗାଇ ଆସୁଛି । ସୂଚନାଯୋଗ୍ୟ, ଚଳିତ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ଭାରତ କ୍ରମାଗତ ୨ଟି ମ୍ୟାଚରେ ବିଜୟ ହାସଲ କରିଛି । ଏଥିସହ ଟିମ ଇଣ୍ଡିଆ ୩ ମ୍ୟାଚ ବିଶିଷ୍ଟ ମୁକବିଲାରେ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତି ନେଇଛି ।

Comments are closed.