Latest Odisha News

BREAKING NEWS

ଭାରତରେ ହେବ ୨୦୨୫ ଟି୨୦ ପୁରୁଷ ଏସିଆ କପ କ୍ରିକେଟ

ନୂଆଦିଲ୍ଲୀ: ଭାରତ ୨୦୨୫ ଟି୨୦ ପୁରୁଷ ଏସିଆ କପ କ୍ରିକେଟ ଆୟୋଜନ କରିବ । ବାଂଲାଦେଶ ୨୦୨୭ରେ ଏହାର ୫୦ ଓଭାର ଫର୍ମାଟ ମୁକାବିଲାର ଆୟୋଜକ ହେବ । ପାକିସ୍ତାନ ଓ ଶ୍ରୀଲଙ୍କା ୨୦୨୩ ଏସିଆ କପ ମିଳିତ ଭାବେ ଆୟୋଜନ କରିଥିଲେ । ଏଥିରେ ଭାରତ ଚାମ୍ପିୟନ ହୋଇଥିଲା । ୧୯୯୦ରେ ଭାରତ ଏସିଆ କପ ଆୟୋଜନ କରିଥିଲା । ସେହିପରି ମହିଳା ଟି୨୦ ଏସିଆ କପ ୨୦୨୬ରେ ଖେଳାଯିବ । ତେବେ ଏହାର ଆୟୋଜକ ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ । ଏହି ଅବସରରେ ୨୦୨୪, ୨୦୨୫, ୨୦୨୬ ଓ ୨୦୨୭ ୧୯ ବର୍ଷରୁ କମ ଏସିଆ କପ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି । ପ୍ରତ୍ୟେକ ସଂସ୍କରଣରେ ୧୫ଟି ମ୍ୟାଚ ଖେଳାଯିବ ।

ଏସିଆନ କ୍ରିକେଟ କାଉନ୍ସିଲ ଟେଣ୍ଡର ଡକ୍ୟୁମେଂଟରେ ଉଲ୍ଲେଖ କରାଯାଇଛି ଇଚ୍ଛୁକ ପାର୍ଟିଙ୍କ ନିକଟରେ ୧୦ ମିଲିୟନ ଆମେରିକୀୟ ଡଲାରରୁ ଅଧିକ ନେଟୱର୍ଥ ରହିବା ଜରୁରୀ । ଏହା ବ୍ୟତୀତ ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ବାର୍ଷିକ କାରୋବାର ୧୫ ମିଲିୟନ ଆମେରିକୀ ଡଲାରରୁ ଅଧିକ ହୋଇଥିବା ଆବଶ୍ୟକ । ୨୦୨୪ରୁ ୨୭ ପର୍ଯ୍ୟନ୍ତ ପ୍ରାୟୋଜନ ଅଧିକାର ପାଇଁ ଇଓଆଇ ଡିପୋଜିଟ କରିବାର ଶେଷ ତାରିଖ ୨ ଅଗଷ୍ଟ ରଖାଯାଇଛି ।

Comments are closed.