Latest Odisha News

ବର୍ଷାର କରୁଣ ପରିଣତି, ନେଇଗଲା ୩ ଶିଶୁକନ୍ୟାଙ୍କ ଜୀବନ

କେନ୍ଦୁଝର: ପାଣିରେ ବୁଡ଼ି ଚାଲିଗଲା ଅଙ୍ଗନବାଡ଼ି କେନ୍ଦ୍ରର ୩ ଶିଶୁଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆତ୍ରୁକଣା ଅଙ୍ଗନବାଡ଼ି କେନ୍ଦ୍ରକୁ ପଢିବାକୁ ଯାଇଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ପୋଖରୀରେ ବର୍ଷା କାରଣରୁ ଗୋଡ ଖସିଯିବାରୁ ୩ ଶିଶୁ ବୁଡ଼ି ମୃତ୍ୟୁବରଣ କରିଛନ୍ତି ।

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଲଗାଣ ବର୍ଷା ଯୋଗୁଁ ଖାଲରେ ପାଣି ଭର୍ତ୍ତି ହୋଇଥିଲା । ପିଲାମାନେ ସେଠି ଖେଳୁଥିବା ଅବସ୍ଥାରେ ତାଙ୍କ ଗୋଡ ଖସିଯିବାରୁ ପାଣି ବୁଡି ଯାଇଥିଲେ । ପରେ ତାଙ୍କୁ ଆଗରପଡ଼ା ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପିଲାମାନେ ଅଙ୍ଗନବାଡିରୁ ଫେରୁଥିଲେ ନା ସେଠିକି ଖେଳିବାକୁ ଯାଇ ଏଭଳି ଘଟଣା ଘଟିଲା ସେନେଇ କୌଣସି ସ୍ପଷ୍ଟତା ନାହିଁ ।

ତେବେ ମିଳିଥିବା ସୂଚନା ଅନୁସାରେ, ମୃତକ ଶିଶୁ ୩ଜଣ ହେଲେ କେନ୍ଦୁଝର ଜିଲ୍ଲା ଆତ୍ରୁକଣା ଗାଁର ଲିପ୍ସା ପାତ୍ର(୩ ବର୍ଷ), ପାୟଲ ପାତ୍ର(୩ ବର୍ଷ) ଏବଂ ଭାରତୀ ପାତ୍ର(୪ ବର୍ଷ) ।

Comments are closed.