Latest Odisha News

BREAKING NEWS

ଓ୍ବାୟନାଡ ଭୂସ୍ଖଳନ: ୬୩ ମୃତ, ଫସିରହିଛନ୍ତି ୧୦୦ରୁ ଉର୍ଦ୍ଧ୍ବ ଲୋକ, ଉଦ୍ଧାର ଟିମରେ ନୌସେନା ସାମିଲ୍

ଓ୍ବାୟନାଡ: ପ୍ରବଳ ବର୍ଷା କାରଣରୁ କେରଳ ଓ୍ବାୟନାଡରେ ଭୂସ୍ଖଳନ ହୋଇଛି । ଏଥିରେ ପ୍ରାୟ ୧୦୦ ରୁ ଅଧିକ ଲୋକ ଚାପି ହୋଇ ରହିଥିବା ବେଳେ ଏଯାବତ ୬୩ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏହାସହିତ ୭୦ ଜଣ ଆହତ ହୋଇ ନିକଟସ୍ଥ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ବିଣା ଜିଓର୍ଜ । ମୃତକଙ୍କ ମଧ୍ୟରେ କିଛି ଶିଶୁ ବି ରହିଛନ୍ତି । ସେପଟେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନା ନିୟୋଜିତ ହୋଇଥିବା ବେଳେ ଏବେ ଏଥିରେ ନୌସେନାଙ୍କୁ ବି ନିୟୋଜିତ କରାଯାଇ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ ।

ତେବେ ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ଭୋର ପ୍ରାୟ ୨ଟା ସମୟରେ କେରଳର ଓ୍ବାୟନାଡରେ ଏକ ଭୂସ୍ଖଖଳ ହୋଇଥିଲା । ଏହାର ଠିକ୍ ପରେ ପ୍ରାୟ ୪.୧୦ ପାଖାପାଖି ପୁଣି ଏକ ଭୟଙ୍କର ଭୂସ୍ଖଳନ ହୋଇଥିଲା । ଯେଉଁଥିରେ ପ୍ରାୟ ୨୫୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୧୦୦ ରୁ ଅଧିକ ଲୋକ ମାଟିତଳେ ଫସିରହିଥିବା ସନ୍ଦେହ କରାଯାଉଛି । ଯାହାକୁ ନେଇ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ଭାରତୀୟ ସେନା । ଉଦ୍ଧାରକାର୍ଯ୍ୟରେ ପ୍ରାୟ ୨୨୫ ସେନା ନିୟୋଜିତ ହୋଇଛନ୍ତି ।

Comments are closed.