Latest Odisha News

ବାତ୍ୟା ବୁଲବୁଲ୍: ୯ ତାରିଖରେ ୯ଟି ଜିଲ୍ଲାର ସ୍କୁଲ ରହିବ ବନ୍ଦ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ବୁଲବୁଲ ପ୍ରଭାବରେ ଓଡ଼ିଶାରେ ସମ୍ଭାବ୍ୟ ବର୍ଷା ତଥା ପବନକୁ ଲକ୍ଷ୍ୟ ରଖି ଓଡ଼ିଶା ସରକାର ଶୁକ୍ରବାର ଦିନ ରାଜ୍ୟର ୩ଟି ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବାତ୍ୟା ବୁଲବୁଲର ପ୍ରଭାବ ଓଡ଼ିଶା ଉପରେ ରହୁଥିବା ଯୋଗୁଁ ଆସନ୍ତା ୯ ତାରିଖ ଦିନ ରାଜ୍ୟର ୯ଟି ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ।

ଆସନ୍ତାକାଲି ଯେଉଁସବୁ ଜିଲ୍ଲାର ସ୍କୁଲ ବନ୍ଦ ରହିବ ସେହି ଜିଲ୍ଲା ଗୁଡ଼ିକ ହେଲା – ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ ଏବଂ ଯାଜପୁର ଜିଲ୍ଲା ।

ପୂର୍ବରୁ ୮ ତାରିଖ ଦିନ ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ ଗୁଡ଼ିକୁ ବନ୍ଦ ରଖିବା ଲାଗି ଏହି ତିନିଟି ଜିଲ୍ଲାର ଜିଲ୍ଲାପାଳମାନେ ନିର୍ଦ୍ଦେଶ ଜାରି କରିଛନ୍ତି ।

Leave A Reply

Your email address will not be published.