Latest Odisha News

BREAKING NEWS

ମହାମାରୀ ସତ୍ତ୍ୱେ ଭାରତର ଆର୍ଥିକ ସନ୍ତୁଳନ ବିଶ୍ୱ ପାଇଁ ଆଦର୍ଶ: ମୋଦୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଦ୍ୱାରା ଆୟୋଜିତ ‘ବିକଶିତ ଭାରତ ଅଭିମୁଖେ ଯାତ୍ରା: କେନ୍ଦ୍ର ବଜେଟ୍ ୨୦୨୪-୨୫ ସମ୍ମିଳନୀ’ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅଭିବୃଦ୍ଧି ପାଇଁ ସରକାରଙ୍କ ବୃହତ ଦୃଷ୍ଟିକୋଣ ଏବଂ ଶିଳ୍ପର ଭୂମିକା ପାଇଁ ରୂପରେଖ ଉପସ୍ଥାପନ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବରେ ଉଭା ହୋଇଛି। ଖୁବ୍‌ଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନେତିକ ଶକ୍ତି ଭାବରେ ପରିଣତ ହେବ। ସାଧାରଣତଃ ନିର୍ବାଚନ ପୂର୍ବରୁ ଆମେ ଯାହା ଆଲୋଚନା କରୁ, ନିର୍ବାଚନ ପରେ ଆମେ ତାହାକୁ ଭୁଲିଯାଉ। କିନ୍ତୁ ଆମ ଦଳ ସେପରି ନୁହେଁ। ଆଗରୁ ମୁଁ କହିଥିଲି ଯେ, ମୋର ତୃତୀୟ ପାଳିରେ ଦେଶ ତିନି ନମ୍ବର ଅର୍ଥନୀତିରେ ପରିଣତ ହେବ। ବର୍ତ୍ତମାନ ଆମେ ସେହି ଦିଗରେ ଅଗ୍ରସର ହେଉଛୁ ।

ଏଥରର ବଜେଟ ୧୬ ଲକ୍ଷରୁ ୪୮ ଲକ୍ଷ କୋଟିରେ ପହଞ୍ଚିଛି। ଏତେ ବଡ କରୋନା ମହାମାରୀ ସତ୍ତ୍ୱେ ଭାରତର ଆର୍ଥିକ ସହାୟତା ସମଗ୍ର ବିଶ୍ୱ ପାଇଁ ଏକ ଆଦର୍ଶ ଅଟେ। ବିଶ୍ୱ ଅଭିବୃଦ୍ଧିରେ ଭାରତର ଅଂଶଗ୍ରହଣ ୧୬%କୁ ବୃଦ୍ଧି ପାଇଛି। ଆଜି ଦେଶ ଏକ ବିକଶିତ ଭାରତର ସଂକଳ୍ପ ନେଇ ଚାଲିଛି। ଗତ ଦଶ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି। ଆମେ ଦେଶର ନାଗରିକଙ୍କ ଜୀବନଶୈଳୀ ଉପରେ ଧ୍ୟାନ ଦେଉଛୁ। ଆମେ ଦକ୍ଷତା ବିକାଶ ଏବଂ ରୋଜଗାର ଉପରେ ଧ୍ୟାନ ଦେଇଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

Comments are closed.