Latest Odisha News

BREAKING NEWS

ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା; ୧୪ ମୃତ

ଡେରାଡୁନ୍: ହିମାଚଳ ପ୍ରଦେଶ ଏବଂ ପଡୋଶୀ ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଯୋଗୁ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି।

ଏହି ଦୁଇ ରାଜ୍ୟରେ ଆହୁରି ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅପରପକ୍ଷେ ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ।

ଉତ୍ତରାଖଣ୍ଡରେ ନଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ତେହେରୀରେ, ଦୁଇଜଣ ଲେଖାଏଁ ହରିଦ୍ୱାର, ଡେରାଡୁନ୍, ରୁରକି ଏବଂ ଜଣେ ଚାମୋଲିର ରହିଛନ୍ତି।

ବୁଧବାର ସନ୍ଧ୍ୟାରେ ତେହେରୀ ଜିଲ୍ଲାର ଘନସାଲୀ ଅଞ୍ଚଳରେ ଏକ ଘର ଭୁଶୁଡ଼ିବା ଫଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ ୬ ଜଣ ଆହତ ହୋଇଛନ୍ତି।

 

Comments are closed.