Latest Odisha News

ପଦକ ପାଇବା ପରେ ଏତେ ଖୁସୀ ହୋଇଗଲେ ଯେ, କାନ୍ଧ ଖସିଗଲା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ମାଲଡୋଭାର ଜୁଡୋ ଖେଳାଳି ଆଡିଲ ଓସମାନଭୋ ବ୍ରୋଞ୍ଜ ପଦକ ଜିତିଥିଲେ । ଅଲିମ୍ପିକ୍ସରେ ପଦକ ହାସଲ କରିବା ସମସ୍ତ ଦେଶର ଆଥଲେଟଙ୍କ ଏକ ସ୍ୱପ୍ନ ରହିଥାଏ । ଆଡିଲ ଯେତେବେଳେ ଏହି ସଫଳତା ହାସଲ କରିନେଲେ ସେ ଅତ୍ୟଧିକ ଉତ୍ସାହିତ ହୋଇ ପଡିଲେ । ଏତେ ମାତ୍ରାରେ ଖୁସୀ ମନେଇଲେ ଯେ, ତାଙ୍କ କାନ୍ଧ ଖସିଗଲା । ବହୁ କଷ୍ଟରେ ତାଙ୍କୁ ପୋଡିୟମକୁ ନିଆଯାଇ ପଦକ ଦିଆ ଯାଇଥିଲା । ଏବେ ସେ ସୁସ୍ଥ ଅଛନ୍ତି ଏବଂ ଏହା ଏକ ସାଧାରଣ ଘଟଣା ବୋଲି ତାଙ୍କ କୋଚ କହିଛନ୍ତି । ଅଲିମ୍ପିକ୍ସ ପୂର୍ବରୁ ଡାକ୍ତର ତାଙ୍କୁ କାନ୍ଧ ସର୍ଜରୀ କରାଇବା ପାଇଁ ପରାମର୍ଶ ଦେଇଥିଲେ ।

ମୁଁ କୌଣସି ମୋତେ ଅଲିମ୍ପିକ୍ସ ଖେଳିବା ସୁଯୋଗ ହାତଛଡା କରିବାକୁ ଚାହୁଁ ନ ଥିଲେ । ଏହି ଅବସରରେ ଆଡିଲ ତାଙ୍କ ବାପାଙ୍କ ସ୍ୱପ୍ନ ସାକାର କରିଥିବାରୁ ନିଜକୁ ଗର୍ବିତ ମନେ କରୁଛନ୍ତି ବୋଲି କହିଛନ୍ତି । ସେ ସବୁବେଳେ କହୁଥିଲେ ମୋ ପୁଅ ଅଲିମ୍ପିକ୍ସରେ ପଦକ ଜିତିବ । ଏହି ପଦକ ତାଙ୍କୁ ସମର୍ପିତ ବୋଲି ଆଡିଲ କହିଛନ୍ତି ।

Comments are closed.