Latest Odisha News

BREAKING NEWS

ଖସୁଛି ହୀରାକୁଦ ଜଳସ୍ତର, ରାଜ୍ୟରେ ନାହିଁ ବନ୍ୟା ପରିସ୍ଥିତି

ଭୁବନେଶ୍ଵର: ରାଜ୍ୟରେ ନାହିଁ ବନ୍ୟା ପରିସ୍ଥିତି । ଆଗାମୀ ତିନି ଚାରି ଦିନ ଯାଏଁ ବି ବନ୍ୟା ଆଶଙ୍କା ନାହିଁ ତଥାପି ରାଜ୍ୟ ସରକାର ନଜର ରଖିଛନ୍ତି । ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇଛି । ଏଥିପାଇଁ ବୁଢ଼ାବଳଙ୍ଗର ଜଳସ୍ତର ବଢୁଛି । ଏବେ ବୁଢାବଳଙ୍ଗର ଜଳସ୍ତର ୨.୧ ମିଟର ରହିଛି । ସେପଟେ ଜଳକା ନଦୀର ଜଳସ୍ତର ଏବେ ଖସୁଛି । ହୀରାକୁଦ ଉପରମୁଣ୍ଡରେ ୨୦ ମିଳିମିଟର ବର୍ଷା ହୋଇଛି । ଯେଉଁଥିପାଇଁ ୧.୫୦ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି ଓ ୨.୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଛି ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୨ ଫୁଟ ଅଛି । ଏଯାବତ୍ ବିପଦ ସଂକୁଳ ସ୍ଥିତି କିମ୍ବା କୌଣସି ଠାରେ ଘାଇ ନେଇ କିଛି ଖବର ମିଳିନାହିଁ । ମାଲକାନଗିରିରେ ଡବଲ ମାତ୍ରାରେ ବର୍ଷା ହୋଇଛି । ତେଣୁ ଫ୍ଲାସ ଫ୍ଲଡ ପରି ସ୍ଥିତି ଉପୁଜିଥିଲା । ମୁଣ୍ଡୁଳିରେ ବର୍ତମାନ ୪ ଲକ୍ଷ ୨୦ ହଜାର କ୍ୟୁସେକ ଜଳ ପ୍ରଭାହିତ ହେଉଛି । ତେଣୁ ମହାନଦୀରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଭକ୍ତ ରଞ୍ଜନ ମହାନ୍ତି ।

ଅନ୍ୟପଟେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଉତ୍ତର ଓ ଉତ୍ତର ବଙ୍ଗୋପସାଗରରେ ଘନିଭୂତ ହୋଇ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଆଉ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

 

Comments are closed.