Latest Odisha News

BREAKING NEWS

କୋଟିପତି ସରକାରୀ ବାବୁ, ସମ୍ପତ୍ତି ଦେଖି ଭିଜିଲାନ୍ସ ବି ଟେରା

ଭୁବନେଶ୍ବର: ଯେଉଁଠି ସରକାରୀ ଚାକିରିରୁ ମିଳୁଥିବା ଟଙ୍କାରେ କିଛି ସରକାରୀ କର୍ମଚାରୀଙ୍କ ଚଳିବା ମୁସକିଲ ହୋଇଛି ସେଠି କିନ୍ତୁ ଏଇ ବାବୁ ପ୍ଲଟ ଉପରେ ପ୍ଲଟ କିଣିଚାଲିଛନ୍ତି । ତାହା ପୁଣି ଗୋଟିଏ କି ଦୁଇଟି ନୁହେଁ ୧୦୬ଟି ପ୍ଲଟ ରହିଛି । ଏହା ସହିତ ଏକାଧିକ ଫ୍ଲାଟ ଓ ବିଭିନ୍ନ ସ୍ଥାନରେ ଘର ବି କରିଛନ୍ତି ସରକାରୀ ବାବୁ । ମୋଟା ମୋଟି କହିବାକୁ ଗଲେ କୋଟିପତି ସରକାରୀ ବାବୁ । ଯାହାଙ୍କର ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍ ବି ଟେରା ହୋଇଯାଇଛି ।

ଆଜି ସକାଳୁ ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ ପରେ ତାଙ୍କର ପୁଳା ପୁଳା କଳାଧନର ଠାବ କରିଛି ଭିଜିଲାନ୍ସ । ତେବେ ଆୟ ବର୍ହିଭୁତ ସମ୍ପତି ଠୁଳରେ ଶୁକ୍ରବାର ଭୋର ପ୍ରାୟ ୫ଟା ବେଳେ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଭିଜିଲାନ୍ସର ୮ ଜଣିଆ ଟିମ୍ ପ୍ରଭାସଙ୍କ ବାଲେଶ୍ୱରରେ ଥିବା ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି କରିଛି। ଚଢ଼ାଉରେ ୨ ଅତିରିକ୍ତ ଏସପି, ୪ ଡିଏସପି ଓ ୬ ଇନ୍ସପେକ୍ଚର ସାମିଲ ହୋଇଛନ୍ତି । ଯନ୍ତ୍ରୀଙ୍କ ଘରୁ ନଗଦ ୧୧ ଲକ୍ଷରୁ ଅଧିକ ଟଙ୍କା ଜବତ

ତେବେ ପ୍ରାଥମିକ ସ୍ତରରେ ହିଁ ଆଖି ଖୋସି ହେଲା ଭଳି  ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ରେଡ୍ ସମୟରେ ପୁଳା ପୁଳା ଯଙ୍କା ସହ ୨ ହଜାର ଟିଙ୍କିଆ ନୋଟ୍ ମଧ୍ୟ ଜବତ କରିଛି ଭିଜିଲାନ୍ସ । ଏଯାବତ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିସାରିଲାଣି ଭିଜିଲାନ୍ସ ।

ଖାଲି ସେତିକି ନୁହେଁ, ଯନ୍ତ୍ରୀ ପ୍ରଭାସଙ୍କର ଜଳେଶ୍ୱରରେ ୫ ମହଲା ଘର ଓ ଜଳେଶ୍ୱରର ଲୋକନାଥପୁରରେ ୧୭ ଏକର ଜାଗାରେ ଫାର୍ମ ହାଉସ ସହ ଓଡ଼ିଶାରେ ୮୮ଟି ପ୍ଲଟ ଠାବ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ରହିଛି ୧୮ ଟି ପ୍ଲଟ୍।  ତେବେ ଚଡାଉ କାର୍ଯ୍ୟ ଜାରି ରହିଥିବା ବେଳେ ଆହୁରି ଅଧିକ ସମ୍ପତ୍ତି ଥିବାର ଆକଳନ କରିଛି ଭିଜିଲାନ୍ସ ।

ସୂଚନାଯୋଗ୍ୟ, ବାଲେଶ୍ୱର ଜଳସେଚନ ବିଭାଗରେ ୨୦୦୭ ପର୍ଯ୍ୟନ୍ତ ଏସଡିଓ ଥିଲେ ପ୍ରଭାସ । ପରେ ପଦନ୍ନୋତି ହୋଇ ୨୦୨୦-୨୧ ମସିହାରୁ ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଭାବେ ତାଙ୍କୁ ଦାୟିତ୍ୱ ତୁଲାଇ ଆସୁଥିଲେ।

Comments are closed.