Latest Odisha News

ଦିଲ୍ଲୀ ଆଇଏଏସ୍‌ କୋଚିଂ ସେଣ୍ଟର ଅଘଟଣ: ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ଆଇଏଏସ୍ କୋଚିଂ ସେଣ୍ଟର ଟ୍ରାଜେଡି । ସିବିଆଇ ହାତକୁ ଗଲା ତଦନ୍ତ ଭାର । ସିବିଆଇକୁ ତଦନ୍ତ ଦାୟିତ୍ବ ଦେଲେ ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ପୋଲିସକୁ ଭର୍ତ୍ସନା କରିବା ସହ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଗତ ସପ୍ତାହରେ ଦିଲ୍ଲୀ ସ୍ଥିତ ଏକ କୋଚିଂ ସେଣ୍ଟର ବେସମେଣ୍ଟରେ ପାଣି ପଶି ୩ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା ।

ସୂଚନା ଅନୁସାରେ, ଗତ ସପ୍ତାହ ତଳେ ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଥିବା ରାଉସ୍ କୋଚିଂ ସେଣ୍ଟରର ବେସମେଣ୍ଟରେ ଥିବା ଲାଇବ୍ରେରୀରେ ପାଣି ପଶିଯିବାରୁ ଦୁଇ ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ହଠାତ୍ ଲାଇବ୍ରେରୀରେ ପାଣି ପଶିଯିବାରୁ ବୁଡ଼ି ଯାଇଥିଲେ ଏହି ୩ ଜଣ । ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କଲା ବେଳକୁ ସେମାନଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହି ଘଟଣା ପରେ ସହରରେ ଥିବା ସମସ୍ତ କୋଚିଂ ସେଣ୍ଟର ଉପରେ ଚଢାଉ କରା ଯାଇଥିଲା। ମ୍ୟୁନିସପାଲ କର୍ପୋରେସନ ପକ୍ଷରୁ ଏହି ଚଢାଉ କରାଯାଇ ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟର ସମେତ ଭଜିରାମ, ରବି ଏବଂ ଶ୍ରୀରାମ କୋଚିଂ ସେଣ୍ଟରର ବେସମେଣ୍ଟକୁ ସିଲ୍ କରାଯାଇଥିଲା।

Comments are closed.