Latest Odisha News

ଆଇପିଏସ ଖୁରାନିଆ ଡିଜିପି ହେବା ନେଇ ଚର୍ଚ୍ଚା ଭିତରେ ଅମୃତ ମୋହନ ପ୍ରସାଦ ହେଲେ ସିଆରପିଏଫ ଡିଜିପି

ଭୁବନେଶ୍ୱର: ୧୯୮୯ ବ୍ୟାଚର ଆଇପିଏସ ଅଧିକାରୀ ଅମୃତ ମୋହନ ପ୍ରସାଦ ସିଆରପିଏଫ ଡିଜିପି ଭାବେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା କ୍ୟାଡରର ଏହି ଆଇପିଏସ ଅଧିକାରୀ ଏବେ ଓଡ଼ିଶାର ଜେଲ୍ ଡିଜି ଭାବେ ନିୟୋଜିତ ଅଛନ୍ତି। ସେ ୨୦୨୫ ଅଗଷ୍ଟ ମାସ ଶେଷ ଯାଏ ସିଆରପିଏଫ ଡିଜି ରହିବେ।

ଅମୃତ ମୋହନ ରାଜ୍ୟର ବରିଷ୍ଠ ଆଇପିଏସ ଅଧିକାରୀ ଥିଲେ କିନ୍ତୁ ତାଙ୍କର ଜୁନିୟର ବା ୧୯୯୦ ବ୍ୟାଚର ଆଇପିଏସ ଓ୍ୱାଇ ବି ଖୁରାନିଆ ଯେତେବେଳେ ଓଡ଼ିଶା ଫେରୁଛନ୍ତି ଏବଂ ସେ ରାଜ୍ୟର ପରବର୍ତ୍ତୀ ଡିଜିପି ହେବା ନେଇ ଯେତେବେଳେ ଚର୍ଚ୍ଚା ହେଉଛି ଏହି ସମୟରେ ଅମୃତ ପ୍ରସାଦଙ୍କୁ ସିଆପିଏଫ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର।

ମୂଳ କ୍ୟାଡରକୁ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଖୁରାନିଆ ନୂଆଦିଲ୍ଲୀସ୍ଥିତ ବିଏସଏଫ ମୁଖ୍ୟାଳୟର ସ୍ୱତନ୍ତ୍ର ଡିଜି ଭାବେ ଅବସ୍ଥାପିତ ହୋଇଥିଲେ। ବିଏସଏଫର ସ୍ୱତନ୍ତ୍ର ଡିଜି ୱାଇବି ଖୁରାନିଆଙ୍କୁ ତୁରନ୍ତ ତାଙ୍କ ମୂଳ କ୍ୟାଡରକୁ ଫେରାଇ ଆଣିବା ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟର ନିଯୁକ୍ତି କମିଟି ଅନୁମୋଦନ କରିଛି ବୋଲି ଶୁକ୍ରବାର କାର୍ମିକ, ଲୋକ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ଏହି ବରିଷ୍ଠ ଆଇପିଏସ୍ ଅଧିକାରୀ ଓଡ଼ିଶାରେ ଅତିରିକ୍ତ ଡିଜିପି ଭାବେ କାର୍ଯ୍ୟ କରୁଥିଲେ। ଓ୍ୱାଇ ବି ଖୁରାନିଆ କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ଓଡ଼ିଶାରେ ସେ ନୟାଗଡ଼, ଯାଜପୁର, ରାଉରକେଲା, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ବା ଏସପି ଭାବେ କାର୍ଯ୍ୟ କରିଥିଲେ। ଏହାବାଦ ସେ ଦକ୍ଷିଣ ରେଞ୍ଜ ଏବଂ ଉତ୍ତର ରେଞ୍ଜ ଡିଆଇଜି, ଅତିରିକ୍ତ ପୋଲିସ କମିଶନର ଏବଂ ପରେ ପୋଲିସ କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

Comments are closed.