Latest Odisha News

ହକି ସେମିରେ ଭାରତ, ବ୍ରୋଞ୍ଜ ପଦକ ପାଇଁ ସଂଘର୍ଷ କରିବେ ଲକ୍ଷ୍ୟ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ୨ଟି ପଦକର ନିକଟତର ହୋଇଛି । ପୁରୁଷ ହକି ସେମିଫାଇନାଲରେ ଟିମ ଇଣ୍ଡିଆ ଏକ ରୋମାଂଚକ ମୁକାବିଲାରେ ଗ୍ରେଟ ବ୍ରିଟେନକୁ ଶୁଟଆଉଟରେ ୪-୨ ଗୋଲରେ ପରାସ୍ତ କରିଛି । ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଅମୀତ ରୋହିଦାସ ରେଡକାର୍ଡ ପାଇବା ଯୋଗୁ ଭାରତକୁ ଅଧିକାଂଶ ସମୟ ୧୦ଜଣ ଖେଳାଳିଙ୍କ ସହ ଖେଳିବାକୁ ପଡିଥିଲା । ଅଧିନାୟମ ହରମନପ୍ରୀତ ସିଂ ୨୨ତମ ମିନିଟରେ ଭାରତକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ । ଏହାର ୫ ମିନିଟରେ ଗ୍ରେଟ ବ୍ରିଟେନ ମ୍ୟାଚକୁ ସମାନ ସ୍ଥିତିକୁ ଆଣି ଦେଇଥିଲା । ନିର୍ଦ୍ଧାରିତ ସମୟରେ ମ୍ୟାଚ ୧-୧ ସ୍ଥିତିରେ ରହିଥିଲା ।

ଶୁଟଆଉଟରେ ଭାରତ ପାଇଁ ପୂନର୍ବରେ ପିଆର ଶ୍ରୀଜେଶ ହୀରୋ ସାବ୍ୟସ୍ତ ହୋଇଥିଲେ । ଭାରତ ୪-୨ରେ ବିଜୟ ହାସଲ କରି ସେମିକୁ ଉନ୍ନୀତ ହୋଇଛି । ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ହାରି ଯାଇଛନ୍ତି । ସେ ଅଲିମ୍ପିକ ଚାମ୍ପିୟନ ଭିକ୍ଟର ଆକ୍ସେଲସେନଙ୍କ ନିକଟରୁ ୨୦-୨୨ ଓ ୧୪-୨୧ରେ ହାରି ଯାଇଥିଲେ । ଏବେ ସେ ବ୍ରୋଞ୍ଜ ପଦକ ମୁକାବିଲା ପାଇଁ ଖେଳିବେ । ମହିଳା ବକ୍ସିଂରେ ଲଭଲୀନା ବୋରଗେହେନ ୭୫ କିଗ୍ରା କ୍ୱାର୍ଟର ଫାଇନାଲରେ ଚୀନର ଲି କ୍ୱିଆନଙ୍କ ନିକଟରୁ ୧-୪ରେ ହାରି ଯାଇଛନ୍ତି । ଏଥିସହ ତାଙ୍କ ଅଲିମ୍ପିକ ଅଭିଯାନ ଶେଷ ହୋଇଯାଇଛି ।

Comments are closed.