Latest Odisha News

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓବିସିସି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥ ଗିରଫ

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓବିସିସି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥଙ୍କୁ ଗିରଫ କଲା ଭିଜିଲାନ୍ସ। ପ୍ରଦୀପ ରଥଙ୍କର ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ। ରେଡ ବେଳେ ତାଙ୍କ ଘରୁ ମିଳିଥିବା ଆଖି ତରାଟିଲା ଭଳି ସୁନା ଗହଣା ମିଳିଛି। କେଜିଏରୁ ଅଧିକ ସୁନା ଗହଣା ଓ ଅଧକିଲୋ ରୂପା ଅଳଙ୍କାର ଜବତ କରିଛି ଭିଜିଲାନ୍ସ।

ଢେଙ୍କାନାଳରେ ଚଢାଉ ବେଳେ ଆଉ ତିନୋଟି ପ୍ଲଟ୍ ମିଳିଛି। ​​ଯାହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ। ଏଥିସହ ୭୪ ଲକ୍ଷରୁ ଅଧିକ ମୂଲ୍ୟର ବୀମା ଜମା ମିଳିଛି, ଯେଉଁଥିରେ ଜମା ହୋଇଥିବା ମୋଟ ଅର୍ଥ ୧.୬୨ କୋଟିରୁ ଅଧିକ ଅଟେ। ଏଥିପୂର୍ବରୁ କୋଟିଏ ୩୮ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ମଧ୍ୟ ମିଳିଛି। ସେହିପରି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଗତକାଲି ୪୨ଟି ପ୍ଲଟ୍ ଠାବ ହୋଇଥିଲା। ଯେଉଁଥିରୁ କେବଳ ଯାଜପୁରରେ ରହିଛି ୩୨ଟି। ଭୁବନେଶ୍ବରରେ ବିଳାସପୂର୍ଣ୍ଣ ବଙ୍ଗଳା ଓ ୨ଟି ଫ୍ଲାଟ୍ ଥିବା ବେଳେ ଭଦ୍ରକରେ ୩ ମହଲା କୋଠା ରହିଛି।

ରେଡ ବେଳେ ତାଙ୍କ ଘରୁ କେଜିଏରୁ ଅଧିକ ସୁନା ଗହଣା ଓ ଅଧକିଲୋ ରୂପା ଅଳଙ୍କାର ଜବତ କରିଛି ଭିଜିଲାନ୍ସ। ଏହା ବ୍ୟତୀତ ବାବୁଙ୍କର କ୍ରସର ୟୁନିଟ୍, ୨ଟି ଜେସିବି, ଗୋଟିଏ ଏକ୍ସକାଭେଟର, ୨ଟି ଚାରି ଚକିଆ ଗାଡି, ଗୋଟିଏ ମେଡିକାଲ ଷ୍ଟୋର ବି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ଟିମ୍ ପ୍ରଦୀପଙ୍କ ଘର, ପୈତୃକ ଘର ଓ ଅଫିସ୍ ସମେତ ୧୨ଟି ଠିକଣାରେ ଏକାସଙ୍ଗେ ପଞ୍ଝା ମାରିଥିଲା। ଆଜି ତାଙ୍କୁ ଗରିଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ଥାଉକି ଗତ ସପ୍ତାହ ଭିତରେ ୧୦ରୁ ଅଧିକ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିଲେଣି।

Comments are closed.