Latest Odisha News

ବାଂଲାଦେଶରେ ଟି୨୦ ମହିଳା ବିଶ୍ୱକପ ଆୟୋଜନ ନେଇ ସୃଷ୍ଟି ହେଲା ସନ୍ଦେହ

ଢ଼ାକା: ବାଂଲାଦେଶରେ ସୃଷ୍ଟି ହୋଇଥିବା ହିଂସା ପରେ ଦେଶର ପ୍ରଧାନମନ୍ତ୍ରୀ ଶେଖ ହସୀନା ଦେଶ ଛାଡି ପଳାଇ ଯାଇଛନ୍ତି । ସୂଚନାଯୋଗ୍ୟ, ବାଂଲାଦେଶରେ ଚଳିତ ବର୍ଷ ମହିଳା ଟି୨୦ ବିଶ୍ୱକପ ଆୟୋଜନ ହେବାରେ ଅଛି । ୩ ଅକ୍ଟୋବର ୨୦ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ବର୍ତମାନ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ବାଂଲାଦେଶ ରାଜନୈତିକ ଅସ୍ଥିରତା ଏବଂ ହିଂସା ଉପରେ କଡା ଦଜର ରଖିଛି । ହାତରେ କିଛି ଦିନ ସମୟ ଥିବାରୁ ଆଇସିସି ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ଉପରେ ଅପେକ୍ଷା କରିଛି । ଯଦି ଏହା ବର୍ତମାନ ପରି ଅଣାୟତ ରୁହେ ତେବେ ବିକଳ୍ପ ଭାବେ ଶ୍ରୀଲଙ୍କାରେ ଏହାକୁ ଆୟୋଜିତ କରାଯିବ ।

ବାଂଲାଦେଶ କ୍ରିକେଟ ବୋର୍ଡ ରିପୋର୍ଟ ଉପରେ ସବୁ କିଛି ନିର୍ଭର କରୁଛି । ଶ୍ରୀଲଙ୍କାରେ ମଧ୍ୟ ୨୦୨୨ରେ ଅଶାନ୍ତି ସୃଷ୍ଟି ହୋଇଥିଲା । ଏହା ପରେ ବି ଅଷ୍ଟ୍ରେଲିଆ ଟିମ ଦ୍ୱିପାକ୍ଷିତ ସିରିଜ ପାଇଁ ଏଠାକୁ ଆସିଥିଲେ । ବାଂଲାଦେଶ ସ୍ଥିତି ଖୁବ ଶୀଘ୍ର ନିୟନ୍ତ୍ରଣକୁ ଆସିିଯିବ ବୋଲି ଅନୁମାନ କରାଯାଉଛି । ଯଦି ଏହା ହୁଏ ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସବୁ କିଛି ଆୟୋଜିତ ହେବ ବୋଲି ଆଇସିସିର ଜନୈକ ଅଧିକାରୀ କହିଛନ୍ତି ।

Comments are closed.