ଭୁବନେଶ୍ବର: CPSE-୨୦୨୪ ଅଧୀନରେ ସବ୍-ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ତଥ୍ୟ ଅପ୍ଡେଟ୍ ଓ ଯାଞ୍ଚ ଅବଧିକୁ ୧୦ଦିନ ବୃଦ୍ଧି କରାଯାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ବର ୮ ରାତି ୧୦ଟା ପର୍ଯ୍ୟନ୍ତ ନିଜର ପ୍ରମାଣପତ୍ର ଓ ଅନ୍ୟାନ୍ୟ ତଥ୍ୟ ଅପ୍ଡେଟ୍ କିମ୍ବା ଯାଞ୍ଚ କରିପାରିବେ ବୋଲି ଓଡ଼ିଶା ୟୁନିଫର୍ମଡ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ (OUSSSC) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବୟସ କୋହଳ ବ୍ୟବସ୍ଥା ଅନ୍ତର୍ଗତ ଯୋଗ୍ୟ ପ୍ରାର୍ଥୀମାନେ ମଧ୍ୟ ଏହି ସମୟସୀମା ମଧ୍ୟରେ ନିଜର ତଥ୍ୟ ଯାଞ୍ଚ କରିପାରିବେ। ପ୍ରାର୍ଥୀମାନେ https://ousssc.odisha.gov.in ୱେବ୍ସାଇଟରେ ଲଗ୍ଇନ୍ କରି ନିଜ ପ୍ରମାଣପତ୍ର ଓ ଅନ୍ୟାନ୍ୟ ତଥ୍ୟ ଦେଇପାରିବେ। ନଭେମ୍ବର ୮ ପରେ କୌଣସି ପରିସ୍ଥିତିରେ ସମୟସୀମା ଆଉ ବୃଦ୍ଧି କରାଯିବ ନାହିଁ। ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକ୍ରିୟା ସମ୍ପୂର୍ଣ୍ଣ ନ କଲେ ଏଥିଯୋଗୁ ଉପୁଜିବାକୁ ଥିବା ପରିଣାମ ପାଇଁ ପ୍ରାର୍ଥୀ ନିଜେ ଦାୟୀ ରହିବେ।

