Latest Odisha News

ଆରପାରିରେ ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ

କୋଲକତା: ଆରପାରିରେ ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ଆଜି ସକାଳ ପ୍ରାୟ ୮ ଟା ୨୦ରେ ୮୦ ବର୍ଷ ବୟସରେ ଆଖୀ ବୁଜିଛନ୍ତି ବୁଦ୍ଧଦେବ । ତେବେ ବାର୍ଦ୍ଧକ୍ୟତା ହେତୁ ବହୁଦିନ ହେବ ସେ ଅସୁସ୍ଥ ହୋଇପଡିଥିଲେ । ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ କୋଲକାତା ସ୍ଥିତ ଘରେ ହିଁ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ । ଆଜି ସକାଳେ ୮୦ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି ।

୧୯୪୪ ମସିହା ମାର୍ଚ୍ଚ ମାସରେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । କଲିକାତାରେ ବଙ୍ଗଳା ସାହିତ୍ୟରେ ସେ ତାଙ୍କର ସ୍ନାତକ ହାସଲ କରିଥିଲେ । ସକ୍ରିୟ ରାଜନୀତିକୁ ଆସିବା ପୂର୍ବରୁ ସେ ଜଣେ ଶିକ୍ଷକ ଥିଲେ । ଜଣେ ବିଧାୟକ ଓ ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ପରେ ସେ ୨୦୦୦ ମସିହାରେ ଉପମୁଖ୍ୟମନ୍ତ୍ରୀ ଭାର ଗ୍ରହଣ କରିଥିଲେ । ଏଥିସହ ସେ ସିପିଆଇର ଯୁବା ଶାଖା ଡେମୋକ୍ରାଟିକ୍‌ ୟୁଥ ଫେଡେରେସନର ରାଜ୍ୟ ସଚିବ ପଦ ମଧ୍ୟ ସମ୍ଭାଳିଥିଲେ।

୨୦୦୦ରୁ ୨୦୧୧ ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିଥିଲେ । ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ସିପିଏମ ବିଧାନସଭାରେ ବିଜୟ ହାସଲ କରିଆସୁଥିଲା । ହେଲଷ ୨୦୧୧ ନିର୍ବାଚନରେ ଦଳ ପରାଜିତ ହୋଇଥିଲା । ୨୦୧୫ ମସିହାରେ ସେ ସିପିଆଇ(ଏମ୍‌)ର ପୋଲିତ ବ୍ୟୁରୋ ଓ କେନ୍ଦ୍ରୀୟ ସମିତିରୁ ଇସ୍ତଫା ଦେଇଥିଲେ। ଏହାପରେ ୨୦୧୮ ମସିହାରେ ସେ ରାଜ୍ୟ ସଚିବାଳୟର ସଦସ୍ୟତା ପଦ ଛାଡ଼ି ଦେଇଥିଲେ।

Comments are closed.