Latest Odisha News

BREAKING NEWS

ଧାର୍ମିକ ପୋଷ୍ଟରରେ ଲାଗିଲା ପର୍ଣ୍ଣଷ୍ଟାରଙ୍କ ଫଟୋ, ସୋସିଆଲ ମିଡିଆ ସରଗରମ

କାଞ୍ଚିପୁରମ: ମନ୍ଦିରର ହୋର୍ଡିଂରେ ପର୍ଣ୍ଣ ଷ୍ଟାର ମିୟା ଖଲିଫାଙ୍କ ଫଟୋ । ଫଟୋ ଭାଇରାଲ ପରେ ସୋସିଆଲ ମିଡିଆ ସରଗରମ । ଘଟଣାଟି ହେଉଛି ତାମିଲନାଡୁର କାଞ୍ଚିପୁରମର । ଫଟୋକୁ ନେଇ ପୁରା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଉତ୍ତେଜନା ପରେ ତୁରନ୍ତ ଏହାକୁ ଉକ୍ତ ସ୍ଥାନରୁ ହଟାଇ ଦିଆଯାଇଛି ।

ସୂଚନା ଅନୁସାରେ, ତାମିଲନାଡୁର କୁରୁଭିମଲାଇର ନାଗାଥମ୍ମନ୍ ଏବଂ ସେଲିୟମ୍ମନ୍ ମନ୍ଦିରରେ ଏକ ଉତ୍ସବ ପାଳନ କରିବା ପାଇଁ ଆୟୋଜନ କରାଯାଇଥିଲା । ରଙ୍ଗୀନ ଆଲୋକ ଏବଂ ହୋର୍ଡିଂ ଲଗାଇ ଲୋକଙ୍କୁ ନିମନ୍ତ୍ରଣ କରାଯାଉଥିଲା । କିନ୍ତୁ ହୋର୍ଡିଂରେ ମା’ ପାର୍ବତୀଙ୍କ ସହ ମିଆ ଖଲିଫାଙ୍କ ଫଟୋ ଲାଗିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବିବାଦ ଦେଖାଦେଇଛି । ହୋର୍ଡିଂରେ ମିଆ ଖଲିଫା ଶାଢ଼ୀ ପିନ୍ଧି ମୁଣ୍ଡରେ କଳସୀ ମୁଣ୍ଡାଇଥିବାର ଫଟୋ ଉକ୍ତ ପୋଷ୍ଟରରେ ଲଗାଯାଇଛି। ଏହାକୁ ନେଇ କାଞ୍ଚିପୁରମ ଅଞ୍ଚଳରେ ବିବାଦ ଦେଖାଦେଇଛି। ସେପଟେ ଏହି ହୋର୍ଡିଂ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ପରିସ୍ଥିତି ଅଶାନ୍ତ ହେବାରୁ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି।ତେବେ ଏପରି ପୋଷ୍ଟର ପଛରେ କାହାର, କି ଉଦ୍ଦେଶ୍ୟ ରହିଛି ତାହା ତଦନ୍ତ ସାପେକ୍ଷ।

Comments are closed.