Latest Odisha News

BREAKING NEWS

ଧରା ପଡ଼ିଲା କୁଖ୍ୟାତ ଆତଙ୍କବାଦୀ ରିଜୱାନ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରୁ ଆଇଏସଆଇଏସ ଆତଙ୍କବାଦୀ ଗିରଫ l ଇସଲାମିକ୍‌ ଷ୍ଟେଟ୍ ଆତଙ୍କୀ ରିଜୱାନ୍ ଅଲୀକୁ ଧରିଲା ଦିଲ୍ଲୀ ପୋଲିସ l ଦିଲ୍ଲୀ-ଫରିଦାବାଦ ସୀମାରୁ ଅସ୍ତ୍ରଶସ୍ତ୍ର ସହ ଧରାପଡ଼ିଲା l ୨୦୨୩ରେ ପୋଲିସ ହେପାଜତରୁ ଖସି ପଳାଇଥିଲା ରିଜୱାନ୍ l ରିଜୱାନ୍ ଅଲୀକୁ ଧରିବା ପାଇଁ ୩ ଲକ୍ଷର ପୁରସ୍କାର ଘୋଷଣା କରିଥିଲା ଏନଆଇଏ l

ଆତଙ୍କବାଦୀ ରିଜୱାନ ଦିଲ୍ଲୀର ଦରିୟାଗଞ୍ଜ ଅଞ୍ଚଳ ବାସିନ୍ଦା। ସେ ପୁଣେର ଆଇଏସଆଇଏସ ମଡ୍ୟୁଲର ଜଣେ କୁଖ୍ୟାତ ଆତଙ୍କବାଦୀ ଥିଲା। ପୁଣେ ପୋଲିସ ଓ ଏନଆଇ ପୁଣେ ମଡ୍ୟୁଲର ଅନେକ ଆତଙ୍କବାଦୀଙ୍କୁ ଗିରଫ କରିସାରିଛନ୍ତି । ରିଜୱାନ ଦୀର୍ଘଦିନ ହେବ ଫେରାର ରହିଥିଲା । ଏହି ଆତଙ୍କବାଦୀମାନେ ଦିଲ୍ଲୀ ଓ ମୁମ୍ବାଇର ଅନେକ ଭିଭିଆଇପି ଅଞ୍ଚଳରେ ଲୁଚି ରହିଥିଲେ ।

Comments are closed.