Latest Odisha News

BREAKING NEWS

ମନୀଷ ସିସୋଦିଆଙ୍କୁ ଆଶ୍ବସ୍ତି, ୧୭ ମାସ ପରେ ମିଳିଲା ଜାମିନ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଡିତ ମନୀଷ ସିସୋଦିଆଙ୍କୁ ବଡ଼ ଆଶ୍ୱସ୍ତି । ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ ସିସୋଦିଆଙ୍କୁ ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ଜାମିନ ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି। ଏଥିସହ ସିସୋଦିଆଙ୍କୁ ତାଙ୍କ ପାସପୋର୍ଟ ଦାଖଲ କରିବାକୁ ପଡିବ ଏବଂ ପ୍ରତି ସୋମବାର ତାଙ୍କୁ ହଜାର ହେବାକୁ ପଡ଼ିବ । ଅନ୍ୟପଟେ ଟ୍ରାଏଲ କୋର୍ଟକୁ ପଠାଇବାକୁ ଇଡି କରିଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।

ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି ଯେ, ଟ୍ରାଏଲ କୋର୍ଟ ଏବଂ ହାଇକୋର୍ଟ ବୁଝିବା ଉଚିତ ବିଚାର ପ୍ରକ୍ରିୟା ଶେଷ ନକରି କାହାକୁ ଜେଲରେ ରଖାଯାଇପାରିବ ନାହିଁ। ସିସୋଦିଆ ଦୀର୍ଘ ଦିନ ଧରି ଜେଲରେ ଅଛନ୍ତି, ତେଣୁ ତାଙ୍କୁ ଶୀଘ୍ର ବିଚାର କରିବାର ଅଧିକାରରୁ ବଞ୍ଚିତ କରାଯାଇଛି। ନିମ୍ନ ଅଦାଲତ ଏବଂ ହାଇକୋର୍ଟ ଏହି ନୀତି ବୁଝିଛନ୍ତି ଯେ ଜାମିନ ହେଉଛି ନିୟମ ଏବଂ ଜେଲ ଏହାର ବ୍ୟତିକ୍ରମ। ଜାମିନ ପାଇଁ ମନୀଷ ସିସୋଦିଆଙ୍କୁ ନିମ୍ନ ଅଦାଲତକୁ ପଠାଇବା ନ୍ୟାୟ ପ୍ରତି ଅପମାନ ହେବ, ତେଣୁ ଆମେ ତାଙ୍କୁ ଜାମିନ ପ୍ରଦାନ କରୁଛୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ସୂଚନା ଯୋଗ୍ୟ, ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରଥମେ ଅଗଷ୍ଟ ୨୦୨୨ରେ ଗିରଫ ହୋଇଥିଲେ ସିସୋଦିଆ । ଅନ୍ୟ ଅଭିଯୁକ୍ତଙ୍କ ସହ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା । ଏହାପରେ ମାମଲାର ଅନୁସନ୍ଧାନ କରୁଥିବା ସିବିଆଇ ୨୬ ଫେବୃଆରୀ ୨୦୨୩ରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ସେବେ ଠାରୁ ସେ ତିହାର ଜେଲରେ ରହିଛନ୍ତି । ସିସୋଦିଆ ଫେବ୍ରୁଆରୀ ୨୦୨୩ରେ ଦିଲ୍ଲୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ । ଚଳିତ ଲୋକସଭା ନିର୍ବାଚନରେ ପ୍ରଚାର କାର୍ଯ୍ୟରେ ସାମିଲ ହେବାକୁ ନିକଟରେ ଅନ୍ତରୀଣ ଜାମିନ ପ୍ରଦାନ ପାଇଁ ଆବେଦନ କରିଥିଲେ ସିସୋଦିଆ ।

Comments are closed.