Latest Odisha News

ଝିଅଙ୍କ ବିବାହ ବୟସ ୯କୁ ହ୍ରାସ ପାଇଁ ସଂସଦରେ ପ୍ରସ୍ତାବ

ବାଗଦାଦ: ଇରାକ ସଂସଦରେ ଏକ ଅଜବ ବିଲ୍ ଉପସ୍ଥାପନ ହୋଇଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଇରାକ ନିଜ ଦେଶରେ ଝିଅଙ୍କ ବିବାହ ବୟସରେ ପରିବର୍ତ୍ତନ କରିବାକୁ ଚାହୁଁଛି। ବର୍ତ୍ତମାନ ଦେଶରେ ଝିଅଙ୍କ ବିବାହ ବୟସ ୧୮ ରହିଛି।

ଇରାକ ଝିଅ ଙ୍କ ବିବାହ ବୟସକୁ ୯ ବର୍ଷ କରିବା ପାଇଁ ଏକ ପ୍ରସ୍ତାବ ଆଣିଛି। ଯଦି ଏହା ପାସ୍ ହୁଏ ତେବେ ୯ ବର୍ଷର ବାଳିକାଙ୍କୁ ଯେ କେହିବି ବିବାହ କରିବାକୁ ସମର୍ଥ ହେବେ।

ତେବେ ଝିଅମାନଙ୍କ ବିବାହର ଆଇନଗତ ବୟସକୁ ମାତ୍ର ୯ବର୍ଷକୁ ହ୍ରାସ କରିବାକୁ ଚେଷ୍ଟା କରାଯାଉଥିବା ବେଳେ ଏହି ପ୍ରସ୍ତାବିତ ବିଲ୍ କୁ ଜନଅସନ୍ତୋଷ ବଢିବାରେ ଲାଗିଛି।

ସୂଚନା ଅନୁଯାୟୀ, ପୂର୍ବରୁ ବିବାହ ପାଇଁ ଥିବା ଆଇନଗତ ନିୟମରେ ସଂଶୋଧନ ଆଣି ଝିଅମାନଙ୍କ ବୟସ ୯ ରଖିବାକୁ ଦାବି କରାଯାଇଛି। ଏପରି ହେଲେ ବାଲ୍ୟ ବିବାହ, ଶୋଷଣ ବୃଦ୍ଧି, ଛାଡ଼ପତ୍ର, ପାରିବାରିକ ହିଂସା ଆଦି ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା କରୁଛନ୍ତି।

ଅପରପକ୍ଷେ, ଏହି ବିଲ୍ ପାସ୍ ହେଲେ ଦେଶ ଆଗକୁ ବଢ଼ିବା ପରିବର୍ତ୍ତେ ପଛେଇ ଯିବ ବୋଲି ହ୍ୟୁମାନ୍ ରାଇଟ୍ସ ୱାଚ୍ ଗବେଷକ ସରାହ ସାନବର ପ୍ରକାଶ କରିଛନ୍ତି।

Comments are closed.