Latest Odisha News

ଲୋକସଭା ମୁଲତବୀ ପରେ ଏକାଠି ଚା’ ପିଇଲେ ମୋଦି-ରାହୁଲ

ନୂଆଦିଲ୍ଲୀ: ଲୋକସଭା ଓ ରାଜ୍ୟସଭା ଅଧିବେଶନ ମୁଲତବୀ ହେବା ପରେ ଏକ ଅନୌପଚାରିକ ବୈଠକରେ ଏକାଠି ବସି ଚା’ ପିଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦି ଏବଂ ବାଚସ୍ପତି ଓମ୍ ବିର୍ଲାଙ୍କ ପାଖରେ ବସିଥିବା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ବୈଠକରେ ହସୁଥିବା ଦେଖିବାକୁ ମିଳିଥିଲା । ଚା’ ପିଇବା ସହ ଦୁହେଁ ହାତ ବି ମିଳାଇଲେ ।

ଏହି ସମୟରେ ରାହୁଲ ଗାନ୍ଧୀ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ୟୁକ୍ରେନର ସ୍ଥିତି ବିଷୟରେ ପଚାରିଥିଲେ, ଯାହା ଉପରେ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ଭାରତ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ।

ସୂଚନାଯୋଗ୍ୟ, ଶୁକ୍ରବାର ଅର୍ଥାତ୍ ଅଗଷ୍ଟ ୯ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି । ଗତ ମାସ ୨୨ ଜୁଲାଇରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଅଗଷ୍ଟ ୧୨ରେ ଶେଷ ହେବାର ଥିଲା । ତେବେ ଶୁକ୍ରବାର ହିଁ ଏହା ଶେଷ ହୋଇଛି ।

Comments are closed.