Latest Odisha News

BREAKING NEWS

ଆଳୁ ଟ୍ରକ ଜଗିବାକୁ ସିସିଟିଭି ଲଗାଇଲା ପଶ୍ଚିମବଙ୍ଗ

କୋଲାକାତା: ପ୍ରଥମେ ଆଳୁ ଦେଲାନାହିଁ, ଆଉ ଏବେ ଯାହା ଯେମିତି ଆସୁଥିଲା ତାହା ଉପରେ ବି ଲଗାମ ଲଗାଇବାକୁ ଅଭିନବ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ସୀମାରେ ଗଳା ବାଟଦେଇ ଆସୁଥିବା ଆଳୁ ଟ୍ରକକୁ ଜଗିବାକୁ ସିସିଟିଭି ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର । କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଓଡିଶା ପଶ୍ଚିମବଙ୍ଗ ସୀମା ନୀଳଦା ଗାଁରେ । ଯେଉଁଠି ପଶ୍ଚିମବଙ୍ଗ ପୋଲିସ ଚୋରା ଭାବେ ଓଡିଶା ଆସୁଥିବା ଆଳୁ ଟ୍ରକକୁ ରୋକିବା ପାଇଁ ସିସିଟିଭି ଲଗାଇଛି ।

ତେବେ ଓଡିଶାକୁ ଆଳୁ ଯୋଗାଇବାରେ ପଶ୍ଚିମବଙ୍ଗ ସରକାରଙ୍କ ମନମାନି କରୁଛନ୍ତି । ପଶ୍ଚିମବଙ୍ଗ ଲକ୍ଷ୍ଣଣନାଥ ଟୋଲଗେଟରେ ପଶ୍ଚିମବଙ୍ଗ ପୁଲିସ୍ ଓଡିଶାକୁ ଆଳୁ ଗାଡି ଛାଡୁନି। ଏଥି ଯୋଗୁଁ ଓଡିଶାରେ ଏବେ ଆଳୁ ହାହାକାର ଦେଖାଦେଇଛି । କିଲୋ ପିଛା ଦର ୫୦ ୬୦ ଛୁଇଁଥିବା ବେଳେ କିଛି ଆଳୁ ଛୋଟ ଛୋଟ ଗାଡିରେ ଓଡିଶାକୁ ବିଭିନ୍ନ ଗଳା ବାଟ ଦେଇ ଆସିଥିଲା । ହେଲେ ଏବେ ଏହା ଉପରେ ରୋକ ଲଗାଇବାକୁ  ସବୁ ଗଳାବାଟରେ ପଶ୍ଚିମବଙ୍ଗ ପୁଲିସ୍ ସିସିଟିଭି ଲଗାଇଥିବାର ନଜର ଆସିଛି ।

ଅନ୍ୟପକ୍ଷରେ ରାଜ୍ୟ ସରକାର ନାଫେଡ୍ ଜରିଆରେ ଆଳୁ ଆଣି ଯୋଗାଇବାରୁ ବଜାରରେ ଆଳୁ ଦର କିଛି ମାତ୍ରାରେ କମିଛି। ବିଭିନ୍ନ ସ୍ଥାନରେ ଆଳୁ କିଲୋ ପିଛା ୩୬ ରୁ ୪୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ସୂଚନା ମିଳିଛି ।

Comments are closed.