Latest Odisha News

BREAKING NEWS

ବିବାଦ ଭିତରେ ପୂଜ ଖେଡକରଙ୍କୁ ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ: ପୂର୍ବତନ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କୁ ଆଶ୍ବସ୍ତି । ପୂଜାଙ୍କ ଗିରଫଦାରି ଉପରେ ରହିତାଦେଶ ଲଗାଇଲେ ଦିଲ୍ଲୀ ହାଇକୋର୍ଟ । ଅଗଷ୍ଟ ୨୧ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରିପାରିବ ନାହିଁ ବୋଲି ଦିଲ୍ଲୀ ପୋଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ନେତୃତ୍ୱରେ ଏକ ବେଞ୍ଚ ଦ୍ୱାରା ଖେଡକରଙ୍କ ଜାମିନ ଆବେଦନ କରାଯାଇଥିଲା । ଏହି ସମୟରେ ବରିଷ୍ଠ ଓକିଲ ସିଦ୍ଧାର୍ଥ ଲୁଥ୍ରା ଖେଡକରଙ୍କ ପକ୍ଷରୁ ନରେଶ କୌଶିକ ୟୁପିଏସସି ପକ୍ଷରୁ ହାଜର ହୋଇଥିଲେ ।

ସୂଚନାଯୋଗ୍ୟ, ୟୁପିଏସସି ପରୀକ୍ଷାରେ ସଂରକ୍ଷଣ ସୁବିଧା ପାଇବାକୁ ନକଲି ଭିନ୍ନକ୍ଷମ ଏବଂ ଓବିସି ସାର୍ଟିଫିକେଟ ଦେବା ଅଭିଯୋଗରେ ତାଙ୍କ ପ୍ରାର୍ଥୀତ୍ୱକୁ ବାତିଲ କରାଯାଇଥିଲା । ଏହାପରେ ସେ ଏକ ତଳ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ଏହି ଆବେଦନ ଖାରଜ ହୋଇଯିବା ପରେ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।

Comments are closed.