Latest Odisha News

BREAKING NEWS

କ୍ୟାମେରା ଲେନସରେ ବାତ୍ୟା ‘ବୁଲବୁଲ୍’ର ବିପର୍ଯ୍ୟସ୍ତ ଚିତ୍ର…

ଭୁବନେଶ୍ୱର: ବାତ୍ୟା ‘ବୁଲବୁଲ୍’ ପ୍ରଭାବରେ ଉପକୂଳବର୍ତ୍ତୀ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ଏହି ବାତ୍ୟା ରାଜ୍ୟର ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ପୁରୀ ଏବଂ ଯାଜପୁର ଜିଲ୍ଲାରେ ଅଧିକ ପ୍ରଭାବିତ ହୋଇଛି । ତେବେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାରେ କ୍ଷୟକ୍ଷତିର’ ପରିମାଣ ଅଧିକ ।

ସମୁଦ୍ର ଉପକୂଳବର୍ତ୍ତୀ ଭଦ୍ରକ ଜିଲ୍ଲାର ଧାମରା, ଚାନ୍ଦବାଲି, ବାସୁଦେବପୁର, ଚୂଡ଼ାମଣି, ଚନ୍ଦନୀପାଳ, କଶିଆ ଆଦି ଅଞ୍ଚଳରେ ପ୍ରାୟ ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବା ଯୋଗୁଁ ହଜାର ହଜାର ସଂଖ୍ୟାରେ ଗଛ ଉପୁଡ଼ି ପଡ଼ିବା ସହିତ ଭାଙ୍ଗିଯାଇଛି ।

NDRF team clearing uprooted trees in Paradip area

ଏବେ ଶହ ଶହ ଗ୍ରାମରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇ ପଡ଼ିଛି ।

Clearing of roads by Staff of Kasia Marine PS in Bhadrak district

ଏହି ଜିଲ୍ଲାର ବିଭିନ୍ନ ଆଶ୍ରୟସ୍ଥଳୀରେ ସରକାରଙ୍କ ପ୍ରକ୍ଷରୁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ତରଫରୁ ରନ୍ଧାଖାଦ୍ୟ ଦିଆଯିବା ସହିତ ବାତ୍ୟା ପ୍ରପୀଡ଼ିତମାନଙ୍କୁ ଅତି ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଇଛି ।

ସେହିପରି ଭାବେ ବାଲେଶ୍ୱର ଜିଲ୍ଲାର ଭୋଗରାଇ, ବାଲିଆପାଳ, ଜଳେଶ୍ୱର, ରେମୁଣା, ବାହାନଗା, ବସ୍ତା, ନୀଳଗିରି ଏବଂ ଔପଦା ଅଞ୍ଚଳରେ ବାତ୍ୟା ବୁଲବୁଲ ଯୋଗୁଁ ଅନେକ ଘର ଭାଙ୍ଗିଯିବା ସହିିିତ ବଡ଼ ବଡ଼ ଗଛ ଏବଂ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି ।

sea water ingress towards the village in jagatsinghpur

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକରେ ବାତ୍ୟା ବୁଲବୁଲ୍ ତାଣ୍ଡବଲୀଳା ରଚିଛି । ଏହି ବ୍ଲକର ୨୯ଟି ପଞ୍ଚାୟତରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ହସ୍ତଗତ ହୋଇଛି । ଜିଲ୍ଲାର ରାଜକନିକା ବ୍ଲକରେ ମଧ୍ୟ ଅନେକ କ୍ଷୟକ୍ଷତି ଘଟିଛି । ରାଜନଗର ଏବଂ ରାଜକନିକା ବ୍ୟତୀତ ଜିଲ୍ଲାର ଆଳି ଓ ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ଅଞ୍ଚଳରେ ଅନେକ କ୍ଷତି ମଧ୍ୟ ଘଟିଛି ।

ବାତ୍ୟା ବୁଲବୁଲର ପ୍ରଭାବରେ ଜଗତସିଂପୁର ଜିଲ୍ଲା ମଧ୍ୟ ବାଦ ଯାଇନାହିଁ । ପାରାଦ୍ୱିପ ବନ୍ଦରାଞ୍ଚଳ ସମେତ ପାରାଦିପ ଆଖପାଖ ଅଞ୍ଚଳରେ ଅଧିକ କ୍ଷତି ପହଞ୍ଚିଛି ।

ସବୁଠାରୁ ବଡ଼କଥା ହେଲା ଏହିସବୁ ଜିଲ୍ଲାଗୁଡ଼ିକରେ ଧାନଫସଲ ଅଧିକ ମାତ୍ରାରେ ନଷ୍ଟ ହୋଇଯାଇଛି । ପବନ ବହିବା ଯୋଗୁଁ ଧାନଗଛ ଗୁଡ଼ିକ ଚାଷଜମିରେ ଶୋଇ ପଡ଼ିଛି । ଅନେକ ଚାଷଜମିରେ ପାଚିଲା ଧାନଗଛ ଗୁଡ଼ିକ ପାଣିରେ ବୁଡ଼ି ନଷ୍ଟ ହୋଇଯାଇଛି ।

Leave A Reply

Your email address will not be published.