Latest Odisha News

BREAKING NEWS

ଭଦ୍ରକରେ ଜଳିଗଲା ଅନେକ ଘର, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମନଗର ଏନଏସି ଅନ୍ତର୍ଗତ କାଙ୍କରା ଗ୍ରାମରେ ଶନିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପାଖାପଖି ୭ ବଖରା ଘର ଜଳି ଧୂଳିସାତ ହୋଇପଡିଛି ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣବଶତଃ ଏହି ଗାଁରେ ଅଚାନକ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଏଥିଯୋଗୁଁ ୩ଟି ପରିବାରର ପାଖାପାଖି ୭ ବଖରା ଘର ପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଥିଲା ।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଏହି ଅଘଟଣରେ ଘରର ସମସ୍ତ ଆସବାବପତ୍ର ଜଳି ନଷ୍ଟ ହେବାସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ଅଗ୍ନିଶମ କର୍ମଚାରୀ ଅନୁମାନ କରିଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.