Latest Odisha News

BREAKING NEWS

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ସପା ନେତା ଗିରଫ; କହିଲେ, ମୋ ବିରୁଦ୍ଧରେ ଷଡଯନ୍ତ୍ର ହୋଇଛି

ନୂଆଦିଲ୍ଲୀ: ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ସମାଜବାଦୀ ପାର୍ଟି ନେତା ଗିରଫ ହୋଇଛନ୍ତି । ଉତ୍ତର ପ୍ରଦେଶରେ ଏହି ଘଟଣା ଘଟିଛି । ଗିରଫ ନେତା ଜଣକ ହେଲେ ନବାବ ସିଂହ ଯାଦବ । ସେ ଜଣେ ୧୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ ।

ଖବର ମୁତାବକ, ଗତକାଲି ବିଳମ୍ବିତ ରାତିରେ ଉତ୍ତରପ୍ରଦେଶ ପୁଲିସ ୧୧୨ ହେଲ୍ପଲାଇନ ନମ୍ବରରେ ଏକ କଲ୍ ପାଇଥିଲା । ଯେଉଁଥିରେ ନାବାଳିକା ଜଣଙ୍କ ତାଙ୍କୁ ଦୁଷ୍କର୍ମ ଓ ଆକ୍ରମଣ ଉଦ୍ୟମ କରାଯାଇଥିବା ଅଭିଯୋଗ ଆଣିଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ନବାବ ସିଂ ଯାଦବଙ୍କୁ ଗିରଫ କରିଥିଲା । କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିବା ସୂଚନା ଦେଇଛନ୍ତି କନୌଜ ଏସପି ଅମିତ କୁମାର ଆନନ୍ଦ ।

ଘଟଣା ସମ୍ପର୍କରେ ଝିଅଟିକୁ ପୋଲିସ ପଚରା ଉଚରା କରିବାରୁ ଝିଅଟି କହିଥିଲା ଯେ, ତାର ଚାକିରି ଦରକାର ଥିବାବେଳେ ଚାକିରି କେବା ପାଇଁ ତାର ଖୁଡି ଝିଅଟିକୁ ନବାବ ସିଂଙ୍କ ଘରକୁ ନେଇଯାଇଥିଲେ ।

ନାବାଳିକାଙ୍କ ବୟାନ ଆଧାରରେ ନବାବ ସିଂହଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା (ବିଏଲଏସ) ଏବଂ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରି ଅଧିକ ତଦନ୍ତ କରାଯାଉଥିବା ଏସପି କହିଛନ୍ତି । ଅନ୍ୟପଟେ ନବାବ ସିଂ ଯାଦବ ଏହାକୁ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ।

 

Comments are closed.