Latest Odisha News

BREAKING NEWS

୨୦୩୬ ସୁଦ୍ଧା ଭାରତର ଜନସଂଖ୍ୟା ୧୫୨ କୋଟି ଟପିବ କି? ଜାଣନ୍ତୁ କଣ କହୁଛି ରିପୋର୍ଟ… 

ନୂଆଦିଲ୍ଲୀ: ୨୦୩୬ ମସିହାରେ ଭାରତର ଜନସଂଖ୍ୟା ୧୫୨.୨କୋଟିରେ ପହଞ୍ଚିପାରେ। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଦିନ ଏକ ରିପୋର୍ଟ ପ୍ରକାଶ କରିଛି।

ଲିଙ୍ଗ ଅନୁପାତ ଅନୁସାରେ ୨୦୩୬ ସୁଦ୍ଧା ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ଯା ୯୫୨ରେ ପହଞ୍ଚିବ ବୋଲି ଆଶା କରାଯାଉଛି। ୨୦୧୧ ଜନଗଣନାରେ ଏହି ସଂଖ୍ୟା ୯୪୩ ରହିଥିଲା।

ସେହିପରି ପ୍ରଜନନ ହାର ହ୍ରାସ ଯୋଗୁ ୨୦୧୧ ବର୍ଷ ତୁଳନାରେ ୨୦୩୬ ବର୍ଷ ସୁଦ୍ଧା ୧୫ ବର୍ଷରୁ କମ୍ ବୟସ୍କଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏହି ଅବଧିରେ ୬୦ବର୍ଷରୁ ଅଧିକ ବୟସର ଜନସଂଖ୍ୟାର ଅନୁପାତ ଦ୍ରୁତ ଗତିରେ ବୃଦ୍ଧି ପାଇବ।

ଆହୁରି ମଧ୍ଯ ୨୦୨୦ରେ ନିରକ୍ଷରଙ୍କ ପିଲା ଜନ୍ମ କରିବାର ହାର ୩୩.୯% ଥିବା ବେଳେ ଶିକ୍ଷିତ ଜନସଂଖ୍ୟାଙ୍କ କ୍ଷେତ୍ରରେ ଏହା ୧୧% ଥିଲା। ଶିଶୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଥିବର ରିପୋର୍ଟରେ ଦାବି କରାଯାଇଛି।

Comments are closed.