Latest Odisha News

BREAKING NEWS

ଘରକୁ ବାହୁଡିଲେ ଅମିତ ରୋହିଦାସ: ମିଳିଲା ଭବ୍ୟ ସ୍ବାଗତ

ଭୁବନେଶ୍ବର: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଘରକୁ ଫେରିଛନ୍ତି ହକି ତାରକା ତଥା ଓଡିଆ ମାଟିର ପୁଅ ଅମିତ ରୋହିତ ଦାସ । ଏହି ଅବସରରେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଛି । ବିମାନବନ୍ଦରରେ ବିଜେପି ବିଧାୟକ ବାବୁ ସିଂ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀଙ୍କ ପତ୍ନୀ ଏବଂ କିସ୍-କିଟ୍ ର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ତାଙ୍କୁ ଭବ୍ୟ ହକିରେ ବିଜୟ ପାଇଁ ସମ୍ବର୍ଦ୍ଧନା ଦେିଥିଲେ । ଅନ୍ୟପଟେ ଅମିତ୍ ଓଡିଶା ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ।

ତେବେ କହିରଖୁଛୁ, ଭାରତୀୟ ହକି ଦଳ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଟୋକିଓ ପରେ ପ୍ୟାରିସ ବିଜୟ ସହ କ୍ରମାଗତ ୨ଟି ଅଲିମ୍ପିକ୍ସରେ ଟିମ ଇଣ୍ଡିଆ ପଦକ ଜିତିଛି । ବ୍ରୋଞ୍ଜ ପଦକ ପାଇଁ ଭାରତ ୨-୧ ଗୋଲରେ ସ୍ପେନକୁ ପରାସ୍ତ କରିଛି । ୨ଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂ ସ୍କୋର କରିଥିଲେ ।

 

Comments are closed.